ବରଗଡ଼ : ବରଗଡ଼ ଖେଦାପାଲି ସ୍ଥିତ ଆଇଆଇଏଚଟିରେ ଜାତୀୟ ହସ୍ତ୍ରତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏ ଅବସରରେ ସମ୍ବଲପୁରୀ ବସ୍ତ୍ରାଳୟର ସଭାପତି ସମ୍ବିତ ଆଚାର୍ଯ୍ୟ ମୁଖ୍ୟଅତିଥି , ଆଇଆଇଏଚଟିର ଡାଇରେକ୍ଟର ଏମ ଆନନ୍ଦନ ମୁଖ୍ୟବକ୍ତା ଭାବରେ ଯୋଗଦାନ କରିଥିବା ବେଳେ ଏକେ ସାହା , ଏସ ଚେଟିଆ, ମ୍ରିଣାଲ ଜେ , ସଂପୂଣ୍ଣାନନ୍ଦ ପ୍ରଧାନ ଏବଂ ନିଲମାଧବ ପାତ୍ର ପ୍ରମୁଖ ମଚାଂସୀନ ଥିଲେ । ଏ ଅବସରରେ ଡିଜାଇନର ରାଜେନ୍ଦ୍ର ସିକନ୍ଦରଙ୍କ  ଲିନନ ସୂତା ଉପରେ ଓଡିଶାରେ ପ୍ରଥମ ଥର ପାଇଁ ତିଆରି ହୋଇଥିବା ବାନ୍ଧକଳାକୁ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ କରାଯାଇଥିଲା । ସେହିପରି ହସ୍ତ୍ରତନ୍ତ୍ର ସାମଗ୍ରୀକୁ ନେଇ ଏକ ପ୍ରଦର୍ଶନୀ ମଧ୍ୟ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଜିଲ୍ଳା ପ୍ରାୟ ୨୫୦ ଜଣ ବୁଣାକାର ଭାଗ ନେଇଥିଲେ । 

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar