ବରଗଡ : ମାହେଶ୍ୱରୀ ନର୍ସିଂ କଲେଜରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି । ଅଗଷ୍ଟ ୧ ରୁ ୭ ତାରିଖ ପର୍ଯ୍ୟନ୍ତ ସପ୍ତାହ ବ୍ୟାପୀ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ତନ୍ୟପାନ ଦ୍ୱାରା ଶିଶୁ ଏବଂ ମାଁ ଉଭୟଙ୍କର ସ୍ୱାସ୍ଥ୍ୟ ଉପରେ କିପରି ଉନ୍ନତି ହୋଇଥାଏ ସେ ବିଷୟରେ ଆଲୋକପାତ କରାଯାଇଥିଲା  ।ଚେୟାରମେନ ଫକୀର କର୍ଣ୍ଣ , ସଂପାଦିକା ସନ୍ତୋଷିନୀ କର୍ଣ୍ଣ ସ୍ତନ୍ୟପାନର ଗୁରୁତ୍ୱ ସହ ଏ ନେଇ କିଭଳି ସଚେତନ କରାଯିବ ସେ ନେଇ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଏ ଅବସରରେ କଲେଜର ଅଧ୍ୟକ୍ଷା ସୁନିତାରାଣୀ ବାଗଙ୍କ ତତ୍ୱାବଧାନରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ କଲେଜର ଛାତ୍ରଛାତ୍ରୀ , ଅଧ୍ୟାପିକା ଅଧ୍ୟାପକ ପ୍ରମୁଖ ସାମିଲ ହୋଇଥିଲେ ।

Leave a Reply

Your email address will not be published.

error: Content is protected !!