ବରଗଡ଼ : ସ୍ୱାଧୀନତାର ୭୫ ବର୍ଷ ଅମୃତ ମହୋତ୍ସବ ଅବସରରେ ବରଗଡ଼ରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘ ଠାରୁ ଆରମ୍ଭ ହୋଇଥିବା ଏହି ତ୍ରିରଙ୍ଗା ଯାତ୍ରାକୁ ବରଗଡ଼ ଏସପି ପରମାର ସ୍ମିତ ପୁରୁଷୋତ୍ତମ ଦାଶ ଉଦଘାଟନ କରିଥିଲେ । ପରେ ଏହି ଯାତ୍ରା ମୁଖ୍ୟରାସ୍ତା ଦେଇ ବରଗଡ଼ ଗାନ୍ଧୀ ଛକକୁ ପହଂଚିବା ସହ ସେଠାରେ ଅତିଥିମାନେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ , ଡାକ୍ତର ରାମକୃଷ୍ଣ ପୁରୋହିତଙ୍କ ସମେତ ସହରର ମାନ୍ୟଗଣ୍ୟ ବ୍ୟକ୍ତି , ବିଭିନ୍ନ ସଂଗଠନର କର୍ମକର୍ତା, ସ୍କୁଲ କଲେଜର ଛାତ୍ରଛାତ୍ରୀ ତ୍ରିରଙ୍ଗା ଯାତ୍ରାରେ ସାମିଲ ହୋଇଥିଲେ । 
