ବରଗଡ଼ : ଲାୟନ୍ସ କ୍ଳବର ଅଧିଷ୍ଠାନ ଉତ୍ସବ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲଠାରେ ଅନୁଷ୍ଠିତ ହୋଇଯାଇଛି । ଏ ଅବସରରେ ଡିଷ୍ଟିକ୍ ଗଭର୍ଣ୍ଣର ଲାୟନ ଯମୁନା ପ୍ରସାଦ ଗୋୟଲ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ବରଗଡ଼ ଲାୟନ୍ସ କ୍ଳବର ନୂତନ ସଭାପତି ଅମରଜିତ ସିଂଙ୍କୁ ଶପଥ ପାଠ କରାଇଥିଲେ । ସେହିପରି ନୂତନ ସଂପାଦକ ମନୋଜ ମହାପାତ୍ର, କୋଷାଧ୍ୟକ୍ଷ ବିକାଶ ଅଗ୍ରୱାଲ , ଲିଓ ସଭାପତି ଆକାଶ ଶର୍ମା ମଧ୍ୟ ଏ ଅବସରରେ ଶପଥ ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରବୀଣ କୁମାର ଅଗ୍ରୱାଲ ସମ୍ମାନିତ ଅତିଥି, ପୂର୍ବତନ ଡିଷ୍ଟିକ ଗଭର୍ଣ୍ଣର ଦୁର୍ଗା ପ୍ରସାଦ ଶର୍ମା, ଜୟନ୍ତି ବେହେରା, ମନୋଜ ଶର୍ମା , ଓମ ପ୍ରକାଶ ଲାଠ , ଲିଓ ଆୟୁଷ ଗୁପ୍ତା, ଲାୟନ ଅନିତା ଲାଠ, ଲିଓ ମୌସୁମୀ ମୁସ୍କାନ ପ୍ରମୁଖ ମଚାଂସୀନ ଥିଲେ । ଏ ଅବସରରେ ଲାୟନ୍ସ ମନୋଜ ପୂଜାରୀଙ୍କ ସଂପାଦନାରେ କ୍ଳବର ବାର୍ଷିକ ମୁଖପତ୍ର ‘ପ୍ରୟାସ’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଲାୟନ୍ସ ଆଇ ହସପିଟାଲର କର୍ମକର୍ତାଙ୍କ ସମେତ ଲାୟନ ଏବଂ ଲିଓ କ୍ଳବର ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar