ଅମ୍ବାଭୋନା : ଭୁକ୍ତା ସ୍ଥିତ ମହାତ୍ମା ଗାନ୍ଧୀ ଜୁନିୟର ମହାବିଦ୍ୟାଳୟର ୩୮ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏ ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଧୃବଚରଣ ସା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ୩୭ ବର୍ଷର ଗୌରବାଜ୍ୱଳ ଇତିହାସ ତଥା ସ୍ଥାନୀୟ ଶିକ୍ଷାପ୍ରେମୀ . ଶିକ୍ଷାବିଦ୍ , ଜନସାଧାରଣ କିଭଳି ଏ ଅଚଂଳରେ ମହାବିଦ୍ୟାଳୟର ଶିକ୍ଷା ପ୍ରଦୀପ ପ୍ରଜ୍ୱଳନ କରିଥିଲେ ସେ ବିଷୟରେ ବିବରଣୀ ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଅଧ୍ୟାପକ ଡ.ଜୟନ୍ତ ସାହୁ, ଅଧ୍ୟାପକ କିଶନ କୁମାର ଅଗ୍ରୱାଲ , ଅଧ୍ୟାପକ ସୁରେଶ ଭୋଇ , ଆର ଏନ ଭୋଇ, ଜୟନ୍ତ କୁମାର ବାରିକ ପ୍ରମୁଖ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ । ପ୍ରାରମ୍ଭରେ ମହାବିଦ୍ୟାଳୟ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଅଧ୍ୟାପକ ପ୍ରଶାନ୍ତ ସାହୁ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ଜଗଦୀଶ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
