ବରଗଡ଼ : ଜର୍ଣ୍ଣାଲିଷ୍ଟ ଏସୋସିଏସନ ଅଫ୍ ବରଗଡ଼ (ଜାବ୍‌) ତରଫରୁ ଭଟଲି ବ୍ଳକ କୁଲିଆରୀ ଡ୍ୟାମ୍ପ ନିକଟରେ ସାମାଜିକ ବନୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହାଦ୍ବାରା ଜନ ସାଧାରଣଙ୍କ ସାମାଜିକ ବନୀକରଣ ଉପରେ ଆଗ୍ରହ ବଢିବା ସହ ଶୀତକାଳରେ ଜସାଧାରଣ ଏଠାରେ ବଣ ଭୋଜି କରିବାକୁ ପସନ୍ଦ କରିବେ । ନୂଆଗଡ କ୍ରୀଡା ସଂସଦ ଓ ସରପଞ୍ଚଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୁଲିଆରି ଡ୍ୟାମକୁ ଏକ ସୁନ୍ଦର ପର୍ଯ୍ୟଟନସ୍ଥଳୀରେ ପରିଣତ କରିବା ଉଦ୍ଦେଶ୍ୟରେ ଏଠାରେ ବୃକ୍ଷରୋପଣ କରାଯାଇଛି। ସଂଘର ସଭାପତି ରବି ପଣ୍ଡାଙ୍କ ତତ୍ବାବଧାନରେ ଓ ସମ୍ପାଦକ ଯୁଧିଷ୍ଟିର ମହାପାତ୍ରଙ୍କ ସଂଯୋଜନାରେ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏହି ଅବସରରେ ସ୍ଥାନୀୟ ସରପଞ୍ଚ ଦୁର୍ବାସା ପ୍ରଧାନ  ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ଙ୍କ ଉଦ୍ୟମରେ ଏଠାରେ ଏକ ପାର୍କ ସ୍ଥାପନ ପାଇଁ ପ୍ରସ୍ତାବ ସରକାରଙ୍କ ପାଖକୁ ଯାଇଥିବାର ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ନୂଆଗଡ କ୍ରୀଡା ସଂସଦର ସଭାପତି ସତ୍ୟରାମ ଖମାରୀ,ସମ୍ପାଦକ ରମାଞ୍ଚଲ୍ ଖମାରୀ, ସଦସ୍ୟ ମନସୀ ପାତ୍ର,ଆନନ୍ଦ ସାହୁ, କିଶୋର ଖମାରୀ, ଅଶ୍ଵିନୀ ସାହୁ,ତ୍ରିଲୋଚନ ଖମାରୀ, ରିଙ୍କୁ ସାହୁ, ପ୍ରଶାନ୍ତ ଖମାରୀ, ଦାଶରଥି ସାହୁ,ମିନିଷ୍ଟର ବାରିକ,  ବିଜୟ ପ୍ରଧାନ, ମନ୍ତ୍ରୀ ପ୍ରଧାନ,ଦାଶରଥି ସାହୁ, ଓୟୂଜେ ର ସଙ୍ଗଠନ ସମ୍ପାଦକ ବିଜୟ ସାହୁଙ୍କ ସମେତ ସଂଘ ର ସମସ୍ତ ୧୨ ଟି ବ୍ଳକର ସଦସ୍ୟମାନେ ଯୋଗ ଦେଇ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଆଗାମୀ ଅଗଷ୍ଟ ମାସ ୧୫ ତାରିଖ ମଧ୍ୟରେ ଆହୁରି ଅନେକ ସ୍ଥଳରେ ସଂଘ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar