ବରଗଡ : ବରଗଡ଼ ରୋଟାରୀ କ୍ଳବ ସେଣ୍ଟାଲର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଶପଥ ଗ୍ରହଣ ସମାରୋହରେ ସମ୍ବଲପୁରର ପୂର୍ବତନ ଡିଷ୍ଟିକ ଗଭର୍ଣ୍ଣର ଡ.ଅଶୋକ ସିଂ ମୁଖଅତିଥି ଭାବରେ ଯୋଗ ଦେଇଥିଲେ । ଏ ଅବସରରେ ନୂତନ ସଭାପତି ଭାବେ ରୋଟାରୀଆନ ଅମିତ ଅଗ୍ରୱାଲ ଏବଂ ସଂପାଦକ ରବି ମିତ୍ତଲ ଶପଥ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆସଷ୍ଟାଣ୍ଡ ଗର୍ଭର୍ଣ୍ଣର ରୋଟାରିଆନ ସଂଜୀବ ଅଗ୍ରୱାଲ , ରୋଟାରିଆନ ସନ୍ଦିପ ସାୱଡିଆ, ସଂସ୍କାର ସ୍କୁଲର ଚେୟାରମେନ ସୁମନ ସାୱଡିଆ, ରୋହିତ ପିପଲାନୀ ପ୍ରମୁଖ ଉପସ୍ଥିତ ଥିଲେ ।