ସୋହେଲା : ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ଦ୍ୱାରା ସମ୍ବଲପୁରୀ ଭାଷାରେ ହନୁମାନ ଚାଳିଶା ଅନୁବାଦିତ ହୋଇଛି । ଏହାକୁ ପ୍ରଚଳିତ ହନୁମାନ ଚାଳିଶା ସ୍ୱରରେ ଗାନ କରାଯାଇପାରିବ ବୋଲି ପଣ୍ଡିତ ଶ୍ରୀ ସାହୁ ପ୍ରକାଶ କରିଛନ୍ତି । ସୋହେଲା ବ୍ଳକ ଡୁମେରପାଲି ନିବାସୀ ଅବସର ପ୍ରାପ୍ତ ସଂସ୍କୃତ ଅଧ୍ୟାପକ ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ସାହୁ ପୂର୍ବରୁ ସମ୍ବଲପୁରୀ ଭାଷାରେ ଭାଗବତ, ମହାଭାରତ, ତପସ୍ୱିନୀ, ଶକୁନ୍ତଳା, ଜନ୍ମାଷ୍ଟମୀ , ଲକ୍ଷ୍ମୀପୁରାଣ , ଶନିମେଳା ଆଦି ଅନୁବାଦ କରିଛନ୍ତି । ନିକଟରେ ସେ ହିନ୍ଦୁ ସଂସ୍କୃତିର ପରମ ଆରାଧ୍ୟ ହନୁମାନଙ୍କ ହନୁମାନ ଚାଳିଶା ସମ୍ବଲପୁରୀ ଅନୁବାଦ କରିଥିବା ବେଳେ ଏହାକୁ ଶଳ୍ପ ବିକାଶ ପ୍ରକାଶନ ଦ୍ୱାରା ପ୍ରକାଶିତ କରାଯାଇଛି ।