ବରଗଡ : ଲେଖିକା ସୁପ୍ରଭା ସାମଲଙ୍କ ଶିଶୁ କବିତା ସଂକଳନ ‘ଆସ ପିଲେ ଆମେ ଖୋଜିବା ମୋତି’ ପୁସ୍ତକ ବରଗଡ଼ ଗାନ୍ଧୀ ଭବନଠାରେ ଲୋକାର୍ପିତ ହୋଇଯାଇଛି । ସମ୍ବାଦ ସାହିତ୍ୟ ଘର ପକ୍ଷରୁ ଅନୁଷ୍ଠିତ ଲୋକାର୍ପଣ ଉତ୍ସବରେ ରବି ନାରାୟଣ ସାହୁ ସଂଯୋଜନା କରିଥିଲେ । ଅରୁଣ କୁମାର ମହାନ୍ତି ମୁଖ୍ୟଅତିଥି ଏବଂ ବ୍ୟଙ୍ଗକବି ମନୋରଜଂନ ସାହୁ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ଡ.ସଂଘମିତ୍ରା ମିଶ୍ର ପୁସ୍ତକଟିର ସମୀକ୍ଷା କରିଥିଲେ । ପରିଶେଷରେ ଡ.ସଂଗୀତା ରଥ ଧନ୍ୟବାଦ ଅର୍ପଣ କରିଥିଲେ ।
