ବରଗଡ଼-ପଶ୍ଚିମ ଓଡିଶାର ଶ୍ରୀକ୍ଷେତ୍ର ବରଗଡ ଜିଲ୍ଲା ଭଟଲି ସ୍ଥିତ ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି । ମହାପ୍ରଭୁ ଜଗନ୍ନାଥଙ୍କ ବାଳ ସ୍ୱରୁପ ଭାବରେ ପୂଜା ପାଉଥିବା ମହାପ୍ରଭୁ ଦଧିବାମନଙ୍କ ରଥଯାତ୍ରାର ରହିଛି ଅନ୍ୟ ଏକ ସ୍ୱାତନ୍ତ୍ରତା । ରଥଯାତ୍ରା ସମୟରେ ଏଠାକୁ ପଶ୍ଟିମ ଓଡିଶା ସମେତ ପଡୋଶୀ ଛତିଶଗଡରୁ ଭକ୍ତମାନେ ଆସି ନିଜ ନିଜ ନବଜାତ ସନ୍ତାନ ମାନଙ୍କର ଭବିଷ୍ୟତ ଉଜ୍ୱଳ କାମନା କରି  ରଥାରୂଢ଼ ଦଧିବାମନଙ୍କ ସ୍ୱର୍ଶ କରାଇଥିଲେ ।
ପଶ୍ଚିମ ଓଡିଶାର ଶ୍ରୀକ୍ଷେତ୍ର ବରଗଡ ଜିଲ୍ଳା ଭଟଲି ସ୍ଥିତ ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି । ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରାପାଇଁ ମନ୍ଦିରରେ ସ୍ୱତନ୍ତ୍ର ପୂଜା ନୀତି ସରିବା ପରେ ଛେରାଁ ପହଁରା ଆରମ୍ଭ ହୋଇଥିଲା । ପରେ ପରେ ମହାପ୍ରଭୁଙ୍କ ପହଣ୍ଡି ବିଜେ ଘଣ୍ଟ ଶଙ୍ଖ , ସଂକୀର୍ତନ୍ୟ ବାଦ୍ୟର ତାଳେ ତାଳେ ଅନୁଷ୍ଠିତ ହୋଇଥିଲା । ଏଥିରେ ହଜାର ହଜାର ଭକ୍ତ ଯୋଗ ଦେଇ ସ୍ୱାମୀ ଦଧିବାମନଙ୍କ ଦର୍ଶନ ଲାଭ କରିଥିଲେ । ଏ ଅବସରରେ ଭଟଲିର ଘରେ ଘରେ ପୁରୁଷ ମହିଲାମାନେ ଦଧିବାମନ ସ୍ୱାମୀଙ୍କୁ ଧୂପଦୀପ ଜାଳି ଦୁଧରେ ଚରଣ ପୂଜା କରିଥିଲେ । ଦିନ ୧୨ ଟା ୩୦ ମିନିଟରେ ମହାପ୍ରଭୁ ଦଧିବାମନ ରଥରେ ବସି ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ ଏବଂ ପରେ ପରେ ମହାପ୍ରଭୁ  ମାଉସୀ ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ । ଅପରାହ୍ନରେ ମହାପ୍ରଭୁ ବଡଦାଣ୍ଡରେ ପହଂଥିବା ବେଳେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ରଥାରୂଢ଼ ଦଧିବାମନ ସ୍ୱାମୀଙ୍କ ଦର୍ଶନ କରିଥିଲେ । ତେବେ ପଶ୍ଚିମ ଓଡିଶାର ଶ୍ରୀକ୍ଷେତ୍ର ଭଟଲି ଦଧିବାମନ ସ୍ୱାମୀଙ୍କ ରଥଯାତ୍ରାରେ ରହିଛି ଅନନ୍ୟ ପରମ୍ପରା । ଏଠାରେ ରଥଯାତ୍ରା ସମୟରେ ହୋଇଥାଏ ନବଜାତ ଶିଶୁମାନଙ୍କ ରଥଛୁଆଁ (ସ୍ୱର୍ଶ) ପରମ୍ପରା ରହିଛି । ବିଶ୍ୱାସ ରହିଛି ରଥଯାତ୍ରା ସମୟରେ ପ୍ରଭୁ ଦଧିବାମନଙ୍କ ରଥ ଛ୍ରଆଁଇଲେ ସନ୍ତାନମାନେ ନିରୋଗ ରହିବା ସହ ତାଙ୍କର ଭବିଷ୍ୟତ ଉଜ୍ଜଳ ହୋଇଥାଏ । ସେଥପାଇଁ ପରମ୍ପରା ଅନୁଯାୟୀ ରଥଯାତ୍ରା ସମୟରେ ଓଡିଶା ସମେତ ପଡୋଶୀ ଛତିଶଗଡରୁ ଭକ୍ତମାନେ ଯୋଗଦେଇ ନିଜ ନବଜାତ ସନ୍ତାନମାନଙ୍କୁ ପ୍ରଭୁ ଦଧିବାମନଙ୍କ ରଥ ଛ୍ରଆଁଇଥିଲେ ।  ଓଡିଶାର ବିଭିନ୍ନ ସ୍ଥାନରେ ରଥଯାତ୍ରା ସମୟରେ ପ୍ରଭୁ ଜଗନ୍ନାଥଙ୍କ ସହ ତାଙ୍କ ଭାଇଭଉଣୀ ପାଇଁ ତିନୋଟି ରଥ ନିର୍ମିତ ହେଉଥିବା ବେଳେ ଭଟଲି ସ୍ଥିତ ଶ୍ରୀ ଶ୍ରୀ ଦଧିବାମନ ପ୍ରଭୁ ଗୋଟିଏ ରଥରେ ମାଉସୀ ମା ମନ୍ଦିର ଯାଇଥାନ୍ତି । ତେବେ ମହାପ୍ରଭୁ ଜଗନ୍ନାଥ ଭଟଲିଠାରେ ବାଳରୂପରେ ପୂଜା ପାଉଥିବାବେଳେ ଲୋକଙ୍କ ମଧ୍ୟରେ ରହିଛି ଅନେକ ଆସ୍ଥା ଓ ବିଶ୍ୱାସ ।  ଦଧିବାମନ ମହାପ୍ରଭୁଙ୍କ ଆବିର୍ଭାବକୁ ନେଇ ଅନେକ କିମ୍ବଦନ୍ତୀ ରହିଥିବାବେଳେ ବିଷ୍ଣୁଭକ୍ତ ପରମାନନ୍ଦ ସାହୁଙ୍କ ପୁତ୍ର ବଧୂ କମଳା ନିଜ ଭଗବାନଙ୍କୁ ପୋଡି ଯାଉଥିବା ଦେଖି ନିଜେ ତାକୁ ବଚାଂଇବାକୁ ଯାଇ ପୋଡି ଯାଇଥିଲେ । ପରେ ସ୍ୱପ୍ନାଦେଶ ପରେ ମହାପ୍ରଭୁ ଭଟଲି ସ୍ଥିତ ଚକ୍ର ବନ୍ଧ (ପୁଷ୍କରିଣୀ)ରେ ଆବିର୍ଭାବ ହୋଇ ପୂଜା ପାଇ ଆସୁଛନ୍ତି । ତେବେ ଏଠାରେ ମହାପ୍ରଭୁ ଦଧିବାମନଙ୍କୁ ଅନ୍ନ ଭୋଗ ବଦଳରେ ବାଳ ଭୋଗ ଅର୍ଥାତ ଅଟାରେ ପ୍ରସ୍ତୁତ ମହନ ଭୋଗ ଲାଗି ହୋଇଥାଏ । ତେବେ ଭଟଲି ଦଧିବାମନ ସ୍ୱାମୀଙ୍କ ରଥଯାତ୍ରାରେ ପଶ୍ଚିମ ଓଡିଶା ତଥା ପଡୋଶୀ ଛତିଶଗଡରୁ ହଜାର ହଜାର ଭକ୍ତଙ୍କ ସମାଗମ ହେଉଥିବାରୁ ଜିଲ୍ଳା ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।
Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar