ବରଗଡ : ବରଗଡ ଅଗ୍ରଗାମୀ ଯୁବକ ସଂଘ ପରିସରରେ ଦୁଇ ଦିନ ଧରି ଚାଲିଥିବା ଜିଲ୍ଲା ଚେସ ଚାମ୍ପିଅନସିପ ଉଦଯାପିତ ହୋଇଯାଇଛି। ଜିଲ୍ଲା ଚେସ ଆସୋସିଏସନ୍ ର ସଭାପତି ଅରୁଣ କୁମାର ମହାନ୍ତି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ବିକାଶ ଗ୍ରୁପ ର ଚେୟାରମେନ ଡି. ମୂରଲୀ କ୍ରିଷ୍ଣା ମୂଖ୍ୟ ଅତିଥି ଓ ବରଗଡ ଇମ୍ପେରିଏଲ୍ କଲେଜ ର ଚେୟାରମେନ ଦୀପକ ଗୋୟଲ୍,ମୁଖ୍ୟ ଆର୍ବିଟର ଵିଧୁ ଭୂଷଣ ମିଶ୍ର, ସହ ଆର୍ବିଟର ସଞ୍ଜୟ ମହାପାତ୍ର  ସମ୍ମାନୀତ ଅତିଥି ଭାବରେ ଯୋଗଦେଇ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏଥିରେ ପ୍ରତିଯୋଗିତା ରେ ରେଙ୍କ ୧ ରେ ସୋହେଲା ର ଛବିଳ ଭୋଇ, ରେଙ୍କ୍ ୨ ରେ ବରପାଲି ର ବୃନ୍ଦାବନ ସାହୁ, ରେଙ୍କ୍ ୩ ରେ ମେଘନାଦ ମେହେର, ରେଙ୍କ୍ ୪ ରେ ପୂର୍ଣ୍ଣଚନ୍ଦ୍ର ହାତୀ,ରେଙ୍କ୍ ୫ ରେ ମିଳନ କୁମାର ବଞ୍ଛୋର, ରେଙ୍କ୍ ୬ ରେ ବରଗଡ ର ଗୋରେଖ ସାହୁ, ରେଙ୍କ୍ ୭ ରେ ବିଶ୍ୱଜିତ୍ ନାୟକ,ରେଙ୍କ୍ ୮ରେ  ଦିଲ୍ଲୀପ ସାଠୁଆ , ରେଙ୍କ ୯ ରେ ମଚିନ୍ଦ୍ର ସାହୁ, ରେଙ୍କ ୧୦ ରେ ଗୋପାନ୍ସୁ ମେହେର ଙ୍କୁ ଟ୍ରଫି ଓ ନଗଦ ପୁରସ୍କାର ପ୍ରଦାନ କରାଯାଇଥିଲା। ଶ୍ରେଷ୍ଠ ପୁରୁଖା ଖେଳାଳୀ ଭାବରେ ବରଗଡ ର ରଜନୀକାନ୍ତ ଦାଶ, ଶ୍ରେଷ୍ଠ ମହିଳା ଖେଳାଳୀ ଭାବରେ ଆରାଧ୍ୟା ବିଶ୍ଵାଳ ,ଶ୍ରେଷ୍ଠ ୧୩ ବର୍ଷ ରୁ କମ ବୟସ ଖେଳାଳୀ ଭାବରେ ସ୍ଥିତପ୍ରଜ୍ଞ ପ୍ରଧାନ ,ଶ୍ରେଷ୍ଠ ୧୫ ବର୍ଷ ରୁ କମ ବୟସ ଖେଳାଳୀ ଭାବରେ ଦିନେଶ ପ୍ରଧାନ ଙ୍କୁ ପୁରସ୍କୃତ କରାଯାଇଥିଲା। ଏହାଛଡା ବରଗଡ ଜିଲ୍ଲା ସଂଘ ର ୯ ଜଣ ଖେଳାଳୀ ବିରେନ୍ଦ୍ର କୁମାର ମହାପାତ୍ର,ସମୀର କୁମାର ମେହେର, ରତିକାନ୍ତ ସୁଆର,ଆଲୋକ କୁମାର ଭୋଇ, ତ୍ରିନାଥ ପ୍ରଧାନ, ଓମ୍ ପ୍ରକାଶ ସତ୍ ନାମୀ, ପୂର୍ଣ୍ଣଚନ୍ଦ୍ର ହାତୀ,ନିରୋଜ କୁମାର ପଟେଲ ପ୍ରମୁଖ ଙ୍କୁ ଆନ୍ତର୍ଜାତୀୟ ରେଟିଙ୍ଗ ପାଇଥିବାରୁ ସଂଘ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଥିଲା।
      ପ୍ରତିଯୋଗିତା ଟି ଓପନ କେଟାଗୋରି ରେ ଆୟୋଜିତ ହୋଇଥିଲା। ଏଥିରେ ବିଭିନ୍ନ ବୟସ ବର୍ଗ ରେ  ସର୍ବମୋଟ ୧୦୮ ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି।ତନ୍ମଧ୍ୟରୁ ୧୩ ବର୍ଷ ରୁ କମ ବୟସ ବର୍ଗ ରେ ୨୨ ଜଣ, ୧୫ ବର୍ଷ ରୁ କମ ବୟସ ବର୍ଗ ରେ ୧୫ ଜଣ ଖେଳାଳି ଥିବା ବେଳେ ୧୩ ଜଣ ଆନ୍ତର୍ଜାତୀୟ ରେଟିଙ୍ଗ ପ୍ରାପ୍ତ ଖେଳାଳୀ ରହିଥିଲେ। ପ୍ରତିଯୋଗିତା ରେ ସବୁଠୁ ବୟସ୍କ ଖେଳାଳୀ ୭୯ ବର୍ଷୀୟ ହୋଇଥିବା ବେଳେ,କନିଷ୍ଠ ଖେଳାଳୀ ୭ ବର୍ଷ ବୟସର ରହିଥିଲେ।ଏହି ଅବସରରେ ସଂଘ ପକ୍ଷରୁ ବିକାଶ ସ୍କୁଲ୍ ଠାରେ ଜିଲ୍ଲା ଆନ୍ତଃ ସ୍କୁଲ୍ ଚେସ ପ୍ରତିଯୋଗିତା ଆୟୋଜିତ କରିବାକୁ ଘୋଷଣା କରାଯାଇଥିଲା। ସେହିଭଳି ସଂଘ ପକ୍ଷରୁ ଡି. ମୂରଲୀ କ୍ରିଷ୍ଣା ଓ ଦୀପକ ଗୋୟଲ୍ ଙ୍କୁ ଆଜୀବନ ସଦସ୍ୟ ଭାବରେ ଗ୍ରହଣ କରାଯାଇଥିଲା।ଉଦଯାପନୀ ଉତ୍ସବ ରେ ସଂଘ ର  ସମ୍ପାଦକ କେଶ ରଞ୍ଜନ ପ୍ରଧାନ ସଂଯୋଜନା କରିଥିବା ବେଳେ, ଯୁଗ୍ମ ସମ୍ପାଦକ ସୁନିଲ ପୁରୋହିତ, କୋଷାଧ୍ୟକ୍ଷ ସୁରେଶ ପରିଡ଼ା ,  ଅନ୍ତର୍ଯ୍ୟାମୀ ପରିଡ଼ା, ଶିବ ପ୍ରସାଦ ସାହୁ,ରାଜୀବ କୁମାର ମିଶ୍ର ,ରବି ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar