ବରଗଡ : ଦେଶର ଅଗ୍ରଣୀ ଅଟୋ କଂପାନୀ କାଏନେଟିକର ନୂତନ ଇ-ବାଇକର ସୋରୁମ ବରଗଡ଼ଠାରେ ଆରମ୍ଭ ହୋଇଛି । ବିଧାୟକ ଦେବେଶ ଆଚାର୍ଯ୍ୟ ଏବଂ ବିଶିଷ୍ଟ ଶିଳ୍ପପତି ମୋତିଲାଲ ଅଗ୍ରୱାଲ ଫିତା କାଟି ଏହି ସୋରୁମକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ଉଦଘାଟନୀ ଉତ୍ସବରେ ଏହି ନୂତନ ସୋରୁମର ସତ୍ୱାଧିକାରୀ ଲଳିତ କୁମାର ଅଗ୍ରୱାଲ , ରଜତ ଅଗ୍ରୱାଲ ତଥା ପରିବାର ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଶିଳ୍ପପତି ଜୟପ୍ରକାଶ ଅଗ୍ରୱାଲ , ଚାମ୍ବର ଅଫ୍ କମର୍ସ ର ସଭାପତି ଦିଲୀପ ସାୱଡିଆ ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀ ଶ୍ୟାମଜୀ ଟ୍ରେଡିଙ୍ଗ କଂପାନୀ ନାମରେ ଆରମ୍ଭ ହୋଇଥିବା ଏହି କାଏନେଟିକ ଡିଲରସିପରେ କଂପାନୀ ଦ୍ୱାରା ପ୍ରସ୍ତୁତ ସମସ୍ତ ଇ-ବାଇକର ମଧ୍ୟ ଶୁଭାରମ୍ଭ ହୋଇଛି ।

Leave a Reply

Your email address will not be published.

error: Content is protected !!
This is default text for notification bar
This is default text for notification bar