ବରଗଡ଼-ବରଗଡ଼ ସହରରେ ବୁଧବାର ଜୁନ ୧ ତାରିଖକୁ ଲେତି ଦିବସ ଭାବେ ପାଳନ କରାଯାଇଛି । କୃଷି ବହୁଳ ବରଗଡ଼ ଜିଲ୍ଳାରେ ଧାନ ସମେତ ବିଭିନ୍ନ ପନିପରିବା ବହୁଳ ଭାବେ ଚାଷ ହେଉଥିବା ବେଳେ ସେ ତୁଳନାରେ ଏଠାରେ ଫଳର ରାଜା ଭାବେ ପରିଗଣିତ ଆମ୍ବ ମଧ୍ୟ ଉତ୍ପାଦନ ହୋଇଥାଏ । ଏହି ପରିପେକ୍ଷୀରେ ମଇ ଏବଂ ଜୁନ ମାସରେ ପ୍ରଚୁର ପରିମାଣରେ ଆମ୍ବ ଉତ୍ପାଦନ ହୋଇଥାଏ । ଯାହାକୁ ନେଇ ଜୁନ ୧ ତାରିଖକୁ ଲେତି ଦିବସ ଭାବରେ ପାଳନ କରାଯାଇଛି । (ସମ୍ବଲପୁରୀ ଭାଷାରେ ପାଚିଲା ଆମ୍ବକୁ ଲେତି କୁହାଯାଏ) ।

ଏ ଅବସରରେ ଡକ୍ଟର ରାମକୃଷ୍ଣ ପୁରୋହିତ ନିଜ ଘରୋଇ କ୍ଳିନିକ ସମ୍ମୁଖରେ ବିଭିନ୍ନ କିସମର ପାଚିଲା ଆମ୍ବ ରଖି ଲେତି ଦିବସ ପାଳନ କରିଥିଲେ । ତେବେ ପାଚିଲା ଆମ୍ବ ମନୁଷ୍ୟ ଶରୀର ପାଇଁ ବହୁ ହିତକାରୀ ହୋଇଥିବା ବେଳେ ଏ ଅବସରରେ କ୍ଳିନିକରେ ଥିବା ରୋଗୀ, ତାଙ୍କ ସଂପର୍କୀୟ ତଥା ରାସ୍ତାରେ ଯାଉଥିବା ଜନସାଧାରଣାଙ୍କୁ ପାଚିଲା ଆମ୍ବ ପ୍ରଦାନ କରାଯାଇଥିଲା । ଏଥିରେ ଡାକ୍ତର ପୁରୋହିତଙ୍କୁ କ୍ଳିନିକ ଅନ୍ୟ ଡାକ୍ତର, ଷ୍ଟାଫ ତଥା ସ୍ଥାନୀୟ ଜନସାଧାରଣ ସହଯୋଗ କରିଥିଲେ ।

Leave a Reply

Your email address will not be published.

error: Content is protected !!