ବରଗଡ଼ : ଓଡିଶାର ପୁରପଲ୍ଲୀରେ ସଧବା ମହିଲାମାନେ ନିଜ ସ୍ୱାମୀଙ୍କ ଦୀର୍ଘଜୀବନ କାମନା କରି ସାବିତ୍ରୀ ବ୍ରତ ପାଳନ କରିଥିବା ବେଳେ ବରଗଡ଼ ସହର ଉପକଣ୍ଠ ନୂଆଖୁଲିପଡାରେ ଦେଖିବାକୁ ମିଳିଛି ଅନନ୍ୟ ପରମ୍ପରା । କିନ୍ନର ମାନେ ନିଜ ଗୁରୁଙ୍କ ଦୀର୍ଘ ଜୀବନ କାମନା କରି ଅନ୍ୟ ମହିଲାମାନଙ୍କ ସହ ମିଶି ସାବିତ୍ରୀ ବ୍ରତ ପାଳନ କରିଛନ୍ତି ଏବଂ ୨୧ ପ୍ରକାରର ଫଳ ନୈବେଦ୍ୟ ଅର୍ପଣ କରି ବର ଓସ୍ତ ଗଛରେ ବ୍ରତ ବାନ୍ଧିଛନ୍ତି । ବରଗଡ଼ ସଦର ବ୍ଳକ ତୋରା ପଚାଂୟତର ନୂଆଖୁଲିପଡା । ଏଠାରେ ଦୀର୍ଘ ଦିନରୁ ବହୁ ସଂଖ୍ୟାରେ କିନ୍ନରମାନେ ବସବାସ କରୁଥିବା ବେଳେ ସେମାନେ ପଡାବାସୀଙ୍କ ସହ ବିଭିନ୍ନ ପର୍ବପର୍ବାଣୀରେ ସାମିଲ ହୋଇଥାନ୍ତି । ତେବେ ବିଭିନ୍ନ ଅଚଂଳରୁ ଆସି ଏଠାରେ ରହୁଥିବା କିନ୍ନରମାନେ  ସାବିତ୍ରୀ ବ୍ରତ ପାଳନ କରିଛନ୍ତି ।  ପ୍ରତିବର୍ଷ ଏହି କିନ୍ନରମାନେ ସାବିତ୍ରୀ ବ୍ରତ ପାଳନ କରୁଥିବା ବେଳେ ଚଳିତ ବର୍ଷ  ସୋନାଲି , ଚୁମିକି, ଆଶା, ପଦ୍ମିନୀ , ମେହେନ୍ଦି ବୁଲବୁଲ, ସିଲୁ ,ପ୍ରିୟଙ୍କା , ସନ୍ଧ୍ୟା , ପିଙ୍କି କିନ୍ନର ବ୍ରତ ରଖିଥିଲେ । ଏଥିପାଇଁ କିନ୍ନରମାନେ ସକାଳୁ ଅନ୍ୟ ମହିଲାମାନଙ୍କ ପରି ଉପବାସ କରିଥିବା ବେଳେ ପୂର୍ବରୁ ସେମାନେ ନିକଟସ୍ଥ ବଜାରରୁ ସାବିତ୍ରୀ ବ୍ରତ ପାଇଁ ଆବଶ୍ୟକ ୨୧ ପ୍ରକାର ଫଳ, ନୂଆ ବସ୍ତ୍ର ତଥା ଅନ୍ୟାନ୍ୟ ପୂଜା ସାମଗ୍ରୀ କିଣି ଥିଲେ ଏବଂ ଅପରାହ୍ନରେ ନୂଆଖୁଲିପଡା ସ୍ଥିତ ବଟ ବୃକ୍ଷ ମୂଳକୁ ପହଂଚିଥିଲେ ।

ଉକ୍ତ ବଟବୃକ୍ଷ ମୂଳରେ ପଡାର ଅନ୍ୟ ମହିଲାମାନଙ୍କ ସହ କିନ୍ନରମାନେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିବା ସହ ଗୁରୁଙ୍କ ଦୀର୍ଘଜୀବନ କାମନା କରିଥିଲେ । ପ୍ରତିବର୍ଷ କିନ୍ନରମାନେ ନିଜ ଗୁରୁଙ୍କ ପାଇଁ ସାବିତ୍ରୀ ବ୍ରତ କରୁଥିବା ଜଣାପଡିଛି ।  ସାଧାରଣ ମହିଳାଙ୍କ ପରି କିନ୍ନର ମାନେ ମଧ୍ୟ ସାବିତ୍ରୀ ବ୍ରତ ପାଳନ କରିବା ସହ ନୂତନ ବସ୍ତ୍ର ସହ ଗହଣା ଅଲଙ୍କାର ପରିଧାନ କରି ନିଷ୍ଠାର ସହ ଉପବାସ କରିବା ଏବଂ ସମାଜ ର ମୂଖ୍ୟ ସ୍ରୋତରେ ସାମିଲ ହେବା କୁ ନେଇ ଖୁସି ଅନୁଭବ କରୁଛନ୍ତି ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar