ବରଗଡ : ବରଗଡ଼ ଅମ୍ବାପାଲି ନିବାସୀ ପୂର୍ଣ୍ଣମାସୀ ଭୋଇଙ୍କ ୮୪ ବର୍ଷ ବୟସରେ ପରଲୋକ ହୋଇଯାଇଥିବା ବେଳେ ମୃତ୍ୟୁ ପରେ ପରିବାର ଲୋକେ ତାଙ୍କ ଚକ୍ଷୁ ଦାନ କରିଛନ୍ତି । ସ୍ୱର୍ଗତ ସ୍ୱପ୍ନେଶ୍ୱର ଭୋଇଙ୍କ ପତ୍ନୀ ପୂର୍ଣ୍ଣମାସୀଙ୍କ ଶନିବାର ପରଲୋକ ହୋଇଯାଇଥିବା ବେଳେ ଜୀବିତାବସ୍ଥାରେ ସେ ତାଙ୍କ ଚକ୍ଷୁ ଦାନ କରିବାକୁ ମନସ୍ଥ କରିଥିଲେ । ଯାହାକୁ ନେଇ ତାଙ୍କ ପୁତ୍ର କୁଞ୍ଜବିହାରୀ , କୃପାସିନ୍ଧୁ , ଉମାକାନ୍ତ ଏବଂ ଝିଅ ମନୋରମା ନିଜ ମାଁଙ୍କ ଚକ୍ଷୁ ଦାନ କରିଥିଲେ । ମୃତ୍ୟୁ ପରେ ପରିବାରବର୍ଗଙ୍କ ଅନୁରୋଧକ୍ରମେ ବିକାଶ ହସପିଟାଲରେ ଚକ୍ଷୁ କଢ଼ାଯାଇ ଏଲଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟକୁ ପଠାଯାଇଥିଲା । ସ୍ୱର୍ଗତା ପୂର୍ଣ୍ଣମାସୀ ଭୋଇ ମୃତ୍ୟୁ ପରେ ଚକ୍ଷୁଦାନ କରି ଅନ୍ୟମାନଙ୍କ ପାଇଁ ଏକ ଅନନ୍ୟ ଉଦାହରଣ ସାଜିଛନ୍ତି ।