ବରଗଡ : କେରଲର ଥିରୁବନନ୍ତପୁରମରେ ଅନୁଷ୍ଠିତ ଚତୁର୍ଥ ଜାତୀୟ ମାଷ୍ଟର୍ସ ଗେମ୍‌ରେ ବରଗଡ଼ର ଦୁଇ ଭଉଣୀ ଅରୁଣା ଘିବିଲା ଓ ଅନୁପମା ଘିବିଲା ଓଡିଶା ପାଇଁ ପଦକ ହାସଲ କରିଛନ୍ତି । ଚଳିତ ମାସ ୧୮ ରୁ ୨୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଅରୁଣା ହାଇଜମ୍ପରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେହିପରି ଅନୁପମା ୮୦ ମିଟର ହଡଲ୍ ରେ ବ୍ରୋଞ୍ଜ ପଦକ ହାସଲ କରି ଓଡିଶା ପାଇଁ ଗୌରବ ଆଣିଛନ୍ତି ।

ତାଙ୍କ ଏହି ସଫଳତା ପାଇଁ ବିଭିନ୍ନ ମହଳରୁ ଶୁଭେଚ୍ଛାର ସୁଅ ଛୁଟିଛି । ମଙ୍ଗଲବାର ଦୁଇ ଭଉଣୀ ଅନୁପମା ଏବଂ ଅରୁଣା ଟ୍ରେନ ଯୋଗେ ବରଗଡ଼ ପହଞ୍ଚିବା ପରେ ବଡମାଁ ପରିବାର ସମେତ ବିଭିନ୍ନ ସଂଗଠନ ତରଫରୁ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା ।

Leave a Reply

Your email address will not be published.

error: Content is protected !!
This is default text for notification bar
This is default text for notification bar