ବରଗଡ : କରୋନା ମହାମାରୀ ତଥା ଲକଡାଉନ ଯୋଗୁଁ ବହୁ ଛାତ୍ରଛାତ୍ରୀଙ୍କ ପାଠ ପଢ଼ା ଅଧାରୁ ବନ୍ଦ ହୋଇଯାଇଛି । ତେବେ ସେମାନଙ୍କ ମଧ୍ୟରୁ କେତେକ ପୁନର୍ବାର ପାଠ ପଢ଼ା ପାଇଁ ଆଗ୍ରହୀ ଥିବା ବେଳେ ବିଭିନ୍ନ କାରଣରୁ ସ୍କୁଲରେ ପାଠ ପଢ଼ିପାରୁ ନାହାନ୍ତି । ବରଗଡ଼ ଖଣ୍ଡହତା ସ୍ଥିତ ସ୍ୱେଚ୍ଛାସେବୀ ସଂଗଠନ ସହୀଦ ରଞ୍ଜନ ଦାଶ ସ୍ମୃତି କମିଟୀର  ସହଯୋଗ କ୍ରମେ ଆନ୍ଧ୍ର କ୍ୟାମ୍ପର ପଞ୍ଚମ ଶ୍ରେଶୀର ଛାତ୍ରୀ ପି ଦୁର୍ଗା ଭବାନୀ ପୁଣି ଥରେ ବିଦ୍ୟାଳୟ ମୁହାଁ ହୋଇପାରିଛନ୍ତି । ବିଗତ ଦିନରେ ହୋଇଥିବା ଲକଡାଉନ ଯୋଗୁଁ ପି ଦୁର୍ଗା ଭବାନୀଙ୍କ ପରିବାର ଆର୍ଥିକ ସଙ୍କଟ ଦେଇ ଗତି କରିବା ସହ ସପରିବାର ତାମିଲନାଡୁକୁ ଚାଲିଯାଇଥିଲେ । ସେଠାରୁ ଫେରିବା ପରେ ପାଠ ପଢ଼ିବାର ଅହେତୁକ ଇଚ୍ଛା ସତ୍ତ୍ୱେ  ପି ଦୁର୍ଗାଙ୍କ ପାଠ ପଢ଼ାରୁ ବଞ୍ଚିତ ହୋଇଯାଇଥିଲେ । ଯାହାକି ଖଣ୍ଡହତାରେ ଥିବା ସହୀଦ ରଞ୍ଜନ ଦାଶ ସ୍ମୃତି କମିଟୀର ନଜରକୁ ଆସିଥିଲା ଏବଂ ସେମାନଙ୍କ ସହଯୋଗରେ ପି ଦୁର୍ଗା ଭବାନୀ ପୁଣି ଥରେ ବିଦ୍ୟାଳୟରେ ପ୍ରବେଶ କରିଛନ୍ତି । ସହୀଦ ରଞ୍ଜନ ଦାଶ ସ୍ମୃତି କମିଟୀ ସହଯୋଗକ୍ରମେ ପି ଦୁର୍ଗା ଭବାନୀଙ୍କ ନିକଟସ୍ଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୁନଃ ନାମ ଲେଖାଯିବା ସହିିତ ସ୍କୁଲ ଯିବା ଆସିବା ପାଇଁ ଏକ ସାଇକେଲ ପ୍ରଦାନ କରାଯାଇଥିଲା । ସହୀଦ ରଞ୍ଜନ ଦାଶ ସ୍ମୃତି କମିଟୀର ଏପରି କାର୍ଯ୍ୟ କୁ ବିଭିନ୍ନ ମହଳରେ ପ୍ରଶଂସା କରାଯାଇଛି ।

Leave a Reply

Your email address will not be published.

error: Content is protected !!