ବରଗଡ : ବରଗଡ ଜିଲ୍ଲା ଓକିଲ ସଂଘ ପକ୍ଷରୁ ମଧୁସୂଦନ ଦାସ ଙ୍କ ୧୭୪ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ସମାରୋହରେ ବରଗଡ ଜିଲ୍ଲା ଦୌରାଜଜ ଅସୀମ ଦଳବେହେରା ମୁଖ୍ୟଅତିଥି ଓ ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ ଶ୍ରୀମତୀ ଶ୍ରୋତଶ୍ଵିନି କର ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ। ପ୍ରାରମ୍ଭରେ ମୁଖ୍ୟଅତିଥି ଶ୍ରୀ ଦଳ ବେହେରା ଓକିଲ ସଂଘ ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ସଙ୍ଘର ମହିଳା ସଦସ୍ୟାମାନଙ୍କ ଦ୍ଵାରା ପ୍ରସ୍ତୁତ ସଂଘର ପ୍ରାଚୀର ପତ୍ର ନ୍ୟାୟଶିଖାକୁ ଉନ୍ମୋଚନ କରିଥିଲେ।

ସଂଘର ସମ୍ମିଳନୀ କକ୍ଷରେ ଜିଲ୍ଲା ଓକିଲ ସଂଘର ସଭାପତି ଚନ୍ଦ୍ରଧ୍ଵଜ ଜାଲଙ୍କ ସଭାପତିତ୍ବ  ଓ ସାଧାରଣ ସମ୍ପାଦକ ହରିହର ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ଜୟନ୍ତୀ ସମାରୋହ ଅବସରରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ  ଓକିଲାତିରେ ୩୫ ବର୍ଷ ରୁ ଉର୍ଦ୍ଧ୍ବ ସଂଘକୁ ସେବା ଦେଇଥିବା ବରିଷ୍ଠ  ଆଇନଜୀବୀ ପଞ୍ଚାନନ ମିଶ୍ର , ଯଜ୍ଞେଶ୍ୱର ସାହୁ, ମଧୁସୂଦନ ପଣ୍ଡା,ଅଶ୍ଵିନୀ ଦାଶ, ଶ୍ରୀଧର ସାହୁ,ରୁଦ୍ର ପ୍ରତାପ ପଣ୍ଡା,ରମେଶ ଚନ୍ଦ୍ର ନନ୍ଦ,ସୁଶିଲ କୁମାର ମିଶ୍ର,ଓ ସୁକାନ୍ତ ଦାଶଙ୍କୁ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଂଘର ଉପସଭାପତି ହେମନ୍ତ ପୁରୋହିତ ସ୍ବାଗତ ଭାଷଣ ଦେଇଥିବା ବେଳେ ଯୁଗ୍ମ ସମ୍ପାଦକ ରାଜେନ୍ଦ୍ର ମହାନ୍ତି ଧନ୍ୟବାଦ୍ ଅର୍ପଣ କରିଥିଲେ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar