ସୋହେଲା : ଡ. ହୃଷିକେଶ ସାହୁଙ୍କ ରଚିତ ସଂସ୍କୃତ ଓଡିଆ ବ୍ୟାଖ୍ୟା ସମ୍ମଳିତ ‘ପୂର୍ଣ୍ଣଚନ୍ଦ୍ର ଜ୍ୟୋତିଷ ସାର’ ପୃସ୍ତକ ଉନ୍ମୋଚିତ ହୋଇଯାଇଛି । ସୋହେଲା ବ୍ଳକ କଲଙ୍ଗାପାଲି ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହାର ଲୋକାର୍ପଣ ଉତ୍ସବରେ ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଘନଶ୍ୟାମ ସାହୁ ସଭାପତିତ୍ୱ କରିଥିଲେ । ମୁଖ୍ୟଅତିଥି ପଦ୍ମଶ୍ରୀ ଡ.ହଲଧର ନାଗ, ମୁଖ୍ୟବକ୍ତା ଅବସରପ୍ରାପ୍ତ ଅଧ୍ୟକ୍ଷ ଟେକଚାନ୍ଦ ଦୁଆନା, ସମ୍ମାନିତ ଅତିଥି ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଉପେନ୍ଦ୍ର ଭୋଇ , ଅବସରପ୍ରାପ୍ତ ଶିକ୍ଷକ ଡୋଲାମଣି ପ୍ରଧାନ, ସମିତି ସଭ୍ୟ ଅମୃତ ପ୍ରଧାନ , ସମାଜସେବୀ ଚିତ୍ତରଞ୍ଜନ ପ୍ରଧାନ, କେଦାରନାଥ ସାହୁ , ପଣ୍ଡିତ ଟଙ୍କଧର ସାବତ , ନିଲାଞ୍ଚଳ ସାହୁ ପ୍ରମୁଖ ଯୋଗଦେଇ ପୁସ୍ତକର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ଲେଖକ ଡ.ହୃଷିକେଶ ସାହୁ ଉଦ୍ଦେଶ୍ୟଜ୍ଞାପନ କରିଥିବା ବେଳେ ଅଜିିତ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ପରିଶେଷରେ ଶ୍ୱେତକୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ

Leave a Reply

Your email address will not be published.

error: Content is protected !!