ବରଗଡ : ମାରୱାଡି ଯୁବା ମଂଚ ଜାଗୃତି ଶାଖା ଦ୍ୱାରା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ନେତ୍ରଦାନ ଅଭିଯାନର ଶୁଭାରମ୍ଭ ହୋଇଯାଇଛି । ଏ ଅବସରରେ ଉତ୍କଳ ପ୍ରାଦେଶିକ ମାରୱାଡି ଯୁବା ମଂଚର ପ୍ରାନ୍ତିୟ ମହାମନ୍ତ୍ରୀ ଭବନ୍ତ ଅଗ୍ରୱାଲ , ପୂର୍ବ ଅଧ୍ୟକ୍ଷ ଶ୍ୟାମ ସୁନ୍ଦର ଅଗ୍ରୱାଲ , ପ୍ରାନ୍ତିୟ ସଂଯୋଜକ ସଚିନ ଶର୍ମା , ଯୁବାମଂଚ ଅଧ୍ୟକ୍ଷ ଗିରିଧାରୀ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଜାଗୃତି ଶାଖାର ସଦସ୍ୟା ରେଖା ଅଗ୍ରୱାଲ ଏହି କାର୍ଯ୍ୟକ୍ରମର ପ୍ରମୁଖ ରହିଥିବା ବେଳେ ଆଗାମୀ ଦିନରେ ସହରେ ନେତ୍ରଦାନ ନେଇ ସଚେତନତା କରାଯିବ ବୋଲି ସୂଚନା ଦିଆଯାଇଥିଲା । ଜଗଦିଶ ଗୋଲପୁରିଆ ଆଜିର କାର୍ଯ୍ୟକ୍ରମକୁ ସଂଚାଳନା କରିଥିବା ବେଳେ ପରିଶେଷରେ ବିଜୟ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ । ଏ ଅବସରରେ ସହରର ବହୁ ସାମାଜିକ ସଂଗଠନର କର୍ମକର୍ତା ଉପସ୍ଥିତ ଥିଲେ । 

Leave a Reply

Your email address will not be published.

error: Content is protected !!