ବରଗଡ : ବରଗଡ଼ ସୌଖିନ ରଙ୍ଗମଂଚଠାରେ ଦ୍ୱିତୀୟ ହୀରାଖଣ୍ଡ ନାଟ୍ୟ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଅଦୃଶ୍ୟ ନାଟ୍ୟ ଆଶ୍ରମ ସମ୍ବଲପୁର ଏବଂ ଗାନ୍ଧୀ ସ୍ମୃତି ପାଠାଗାର ବରଗଡ଼ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ନାଟ୍ୟ ମହୋତ୍ସବରେ ଶଶୀଭୂଷଣ ମିଶ୍ର ଶର୍ମାଙ୍କ ରଚିତ ତଥା କେଶରଞ୍ଜନ ପ୍ରଧାନଙ୍କ ନିର୍ଦ୍ଦେଶିତ ନୃତ୍ୟନାଟିକା ‘ମା କହେ ଗୁଟେ କଥାନି’ ମଂଚସ୍ଥ ହୋଇଥିବା ବେଳେ ଏହାକୁ ପଦ୍ମପୁର ଲୁ ନାଟ୍ୟସଂସ୍ଥାର କଳାକାରମାନେ ପରିବେଷଣ କରିଥିଲେ ।
ସେହିପରି ଦ୍ୱିତୀୟ ନାଟକ ‘ରାହା’ ଅଦୃଶ୍ୟ ନାଟ୍ୟ ଆଶ୍ରମ ଦ୍ୱାରା ପରିବେଷିତ ହୋଇଥିଲା । ନାଟକଟିକୁ ଅତିଶ କୁମାର ଶତପଥୀ ରଚନା କରିଥିବା ସହ ନିର୍ଦ୍ଦେଶନା ଦେଇଥିଲେ । ଏ ଅବସରରେ ନାଟ୍ୟବିଦ୍ ଡକ୍ଟର ଦ୍ୱାରିକାନାଥ ନାୟକଙ୍କୁ ହୀରାଖଣ୍ଡ ନାଟ୍ୟ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଗାନ୍ଧୀ ସ୍ମୃତି ପାଠାଗାରର ସଭାପତି ବିମ୍ବାଧର କୁଅଁରଙ୍କ ମୁଖ୍ୟଅତିଥି ଭାବରେ ଯୋଗଦେଇଥିବା ବେଳେ ନାଟ୍ୟ ମହୋତ୍ସବର ସଂଯୋଜକ ଅତିଶ କୁମାର ଶତପଥୀ ସ୍ୱାଗତ ଭାଷଣ ଏବଂ ବ୍ୟଙ୍ଗକବି ମନୋରଞ୍ଜନ ସାହୁ ସଭାକାର୍ଯ୍ୟ ସଂଯୋଜନା କରିଥିଲେ । ପରିଶେଷରେ ସଂପାଦକ ବିକ୍ରମ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar