ବରଗଡ : ବରଗଡ଼ ରୋଟାରୀ ପବ୍ଳିକ ସ୍କୁଲର ବାର୍ଷିକ ଉତ୍ସବ ‘ରୁଚିରା’ ଦୁଇ ଦିନ ଧରି ପାଳିତ ହୋଇଯାଇଛି । ରୋଟାରୀୟାନ ସମର ଭଟ୍ଟାଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭିନ୍ନ ଭିନ୍ନ ଦିବସରେ ଏଡିଏମ ନବୀନ ପଟେଲ ଏବଂ ଶିକ୍ଷାବିଦ୍ ମନୋରଞ୍ଜନ ସାହୁ ମୁଖ୍ୟଅତିଥି ଭାବରେ ଯୋଗଦାନ କରିଥିଲେ ।ସ୍କୁଲର ଅଧ୍ୟକ୍ଷ ଗଜେନ୍ଦ୍ର ନାରାୟଣ ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିଲେ । ଏ ଅବସରରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।

ସଙ୍ଗୀତ ଶିକ୍ଷକ ସନ୍ଦୀପ ମହାପାତ୍ର ଏବଂ କଳା ଶିକ୍ଷକ କୁଶ ଭୂୟାଁଙ୍କ ନିର୍ଦ୍ଦେଶନାରେ ଦୁଇ ଦିନ ଧରି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିବେଷିତ ସମ୍ବଲପୁରୀ ନାଟକ ‘ସ୍କୁଲ ଖୁଲ୍‌ଲାନ’ ଦର୍ଶକଙ୍କ ମନମୋହି ନେଇଥିଲା । ଶିକ୍ଷୟତ୍ରୀ ଅନୁସୂୟା ମଲ୍ଲିକ , ମମତା ମେହେର , ଇନ୍ଦୁମିତ୍ରା ମିଶ୍ର , ପୁଷ୍ପାଞ୍ଜଳୀ ଦାଶ ଆଦି ମଂଚ ପରିଚାଳନା କରିଥିଲେ ।

Leave a Reply

Your email address will not be published.

error: Content is protected !!