ସୋହେଲା :  ସ୍ଥାନୀୟ ଗୌରିଦେବୀ ପୀଠରେ ଚାଲିଥିବା ନବରାତ୍ର ବାସନ୍ତିକ ଦୁର୍ଗାପୂଜାର ଦ୍ୱିତୀୟ ସଂଧ୍ୟାରେ  କଟକ ନୃତ୍ୟ ମୟୂରୀ ଅନୁଷ୍ଠାନର କଳାକାରମାନେ ଶିଵତାଣ୍ଡଵ,ଦୁର୍ଗାବନ୍ଦନା, ଅଷ୍ଟଲକ୍ଷ୍ମୀ ନୃତ୍ୟ ପରିବେଷଣ କରିଥିଲେ । ଭବାନୀପାଟଣା  ପ୍ରତିଭା ସାଂସ୍କୃତିକ ଅନୁଷ୍ଠାନ ସିଙ୍ଗାରି, କେସିଙ୍ଗା ବଗାର,ବଜାଶାଲ ନୃତ୍ୟ ପରିବେଷଣ କରିଥିଲେ ।

ଚେତନା ଆଞ୍ଚଳିକ ସାଂସ୍କୃତିକ ଅନୁଷ୍ଠାନ ସୋହେଲାର କଳାକାରମାନେ ଢାପ ପରିବେଷଣ କରିଥିଲେ । ଦୀର୍ଘଦିନ ପରେ ନାଚଗୀତ ପ୍ରତ୍ୟକ୍ଷ ମଞ୍ଚରେ ଦେଖି ଦର୍ଶକ ଝୁମିଉଠି ଥିଲେ । ତୁଷାରକାନ୍ତ ସାହୁ ମଞ୍ଚ ଉପସ୍ଥାପନା କରିଥିଲେ ।

Leave a Reply

Your email address will not be published.

error: Content is protected !!