ସୋହେଲା : ସୋହେଲାରେ ବାସନ୍ତିକ ନବରାତ୍ର ପୂଜା ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମାଁ ଗୌରୀଦେବୀଙ୍କ ପୀଠରୁ ଏ ନେଇ ଘଣ୍ଟ ଶଙ୍ଖର ତାଳେ ତାଳେ ଶୋଭାଯାତ୍ରା ବାହାରି ସ୍ଥାନୀୟ ପୂର୍ଣ୍ଣିବନ୍ଧକୁ ପହଂଚିଥିଲା । ସେଠାରେ ଚଳିତ ବର୍ଷର ପୂଜାକର୍ତ୍ତା ଦିନେଶ ଠାକୁର, ଶଶିକାନ୍ତ ପାଣିଗ୍ରାହୀ ପୂର୍ଣ୍ଣ କଳସରେ ପବିତ୍ର ଜଳ ନେଇ ମନ୍ଦିରକୁ ପହଂଚିଥିଲେ । ରାସ୍ତାରେ କଳସ ଶୋଭାଯାତ୍ରାକୁ ମହିଳାମାନେ ଚିତା ଅଙ୍କନ ପୂର୍ବକ ସ୍ୱାଗତ କରିଥିଲେ । ଏଥିରେ ପୂଜା କମିଟୀର ସଭାପତି ପ୍ରକାଶ ଚନ୍ଦ୍ର ଦେବତା, ଉପସଭାପତି ମହମ୍ମଦ ରଫିକ , ସଂପାଦକ ଲଳିତ ଅଗ୍ରୱାଲଙ୍କ ସମେତ ବହୁ ଭକ୍ତ ସାମିଲ ଥିଲେ ।

Leave a Reply

Your email address will not be published.

error: Content is protected !!