ବରଗଡ : ଚୈତ୍ର ନବରାତ୍ର ପୂଜା ପାଇଁ ଗ୍ରାମ୍ୟଦେବୀ ମାଁ ସମଲେଇଙ୍କ କଳସ ଆବାହନ ପୂର୍ବକ ମନ୍ଦିରରେ ସ୍ଥାପନା କରାଯାଇଛି । ଶୁକ୍ରବାର ଆମାବାସ୍ୟ ତିଥିରେ ମନ୍ଦିରରୁ ଘଣ୍ଟ ଶଙ୍ଖ ବାଦ୍ୟର ତାଳେ ତାଳେ ଏକ ଭବ୍ୟ କଳସ ଶୋଭାଯାତ୍ରା ବାହାରି ଜୀରା ନଦୀରେ ପହଂଚିଥିଲା । ଜୀରା ନଦୀରେ ପଣ୍ଡିତ ବିଘ୍ନରାଜ ଦାଶ ପୂଜାର୍ଚ୍ଚନା ପୂର୍ବକ କଳସ ଆବାହନ କରିଥିଲେ ଏବଂ କର୍ତ୍ତା ନରେନ୍ଦ୍ର ଦାଶ ପୂର୍ଣ୍ଣ କଳସ ଧରି ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବା ସହ ସ୍ଥାପନ କରାଯାଇଥିଲା ।  ସମଲେଇ ମନ୍ଦିରର ପୂଜକ ରତ୍ନାଙ୍କର ଝାଙ୍କର ତଥା ମାଁ ଙ୍କ ଭକ୍ତମାନେ କଳସ ଆବାହନ ଶୋଭାଯାତ୍ରାରେ ସାମିଲ ଥିଲେ । ଏପ୍ରିଲ ୨ ତାରିଖ ଶନିବାର ଚୈତ୍ର ଶୁକ୍ଳ ପ୍ରତିପଦା ଯୁକ୍ତ ଦ୍ୱିତୀୟା ତିଥିରୁ ମାଁ ଙ୍କ ନବରାତ୍ର ପୂଜା ଆରମ୍ଭ ହେବ । ଏ ଅବସରରେ ଭକ୍ତମାନେ ମାଁଙ୍କ ଠାରେ ମାନସିକ ଅଖଣ୍ଡ ଦୀପ ପ୍ରଜ୍ୱଳନ କରିବେ । ଆଗାମୀ ୧୦ ତାରିଖ ରବିବାର ଚୈତ୍ର ଶୁକ୍ଳ ନବମୀ ତିଥି ଘ.୧୨.୫୦ ମି.ରେ ଚଣ୍ଡିହୋମରମ୍ଭ , ଅପରାହ୍ନ ଘ.୪.୧୦ମି.ରେ ପୂର୍ଣ୍ଣାହୂତୀ, ସାମୁହିକ ଆର୍ଶିବାଦ ପ୍ରଦାନ କରାଯିବ । ସେହିପରି ଏପ୍ରିଲ ୧୬ ଶନିବାର ଚୈତ୍ର ପୂର୍ଣ୍ଣିମା ଅବସରରେ ଦେବୀଙ୍କ ଗଙ୍ଗାଜଳାଭିଷେକ ଅନୁଷ୍ଠିତ ହେବ ବୋଲି ମନ୍ଦିର ପରିଚାଳନା କମିଟୀ ତରଫରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published.

error: Content is protected !!