ଅମ୍ବାଭୋନା :  ଅମ୍ବାଭୋନାରେ ବ୍ଳକସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ସଂପର୍କିତ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି ।  ଅମ୍ବାଭୋନା ବିଡିଓ ଅନୁପମା ଘୋଷ ମୁଖ୍ଯଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ।
ଏହି ପ୍ରଦର୍ଶନୀରେ ୬୫ ଟି ପ୍ରକଳ୍ପ ସ୍ଥାନ ପାଇଥିବା ବେଳେ ସିନିୟର ଗୃପରେ ପ୍ରଥମ କ୍ଷିରୋଦ୍ର ସାହୁ ( ଜନତା ହାଇ ସ୍କୁଲ ଭୁକ୍ତା) ଦ୍ବିତୀୟ  ଉପେନ୍ଦ୍ର ସା ( ମହାନଦୀ ହାଇ ସ୍କୁଲ ବାଂଜିପାଲି ) ତୃତୀୟ ପ୍ରିନ୍ସ ନେଟୀ (ସରକାରୀ ହାଇ ସ୍କୁଲ) , ଜୁନିଅର ଗୃପରେ ପ୍ରଥମ  କ୍ଷିତେଶ୍ବରୀ ବେହେରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଉତ୍ତମ) ଦ୍ବିତୀୟ  ଅନଶୁମାନ ଦାଶ ( କମଳ ସିଂ ଦାଓ ହାଇସ୍କୁଲ, ଲଖନପୁର) ତୃତୀୟ  ଉମେଶ ବୈଗା ( ଓଡିଶା ଆଦର୍ଶ ବିଦ୍ୟାଳୟ, ଅମ୍ବାଭୋନା ) ଏବଂ ସବ ଜୁନିଅର ଗୃପରେ ପ୍ରଥମ  ପ୍ରତୀକ କାଲୋ (ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଲଖନପୁର) ଦ୍ବିତୀୟ  ଅଂଜଲୀ ମହର (ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ତିଲାଇମାଲ) ତୃତୀୟ  ସାନିଆ ପ୍ରଧାନ ( ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଝାରପାଲି)  ପ୍ରମୁଖ ପୁରସ୍କୃତ ହୋଇଥିଲେ।
ଉଦଘାଟନୀ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଅମ୍ବାଭୋନା ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀ ସରୋଜ କୁମାର ଭୁଏ, ପୂର୍ବତନ ଶିକ୍ଷା ଅଧିକାରୀ ଫକୀର ପ୍ରଧାନ, ଲାଲମୋହନ ସିଂ, ରୁଚିଦା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ କାଲୋ , ମୁଖ୍ଯବକ୍ତା ଭୁକ୍ତା ମହାତ୍ମାଗାନ୍ଧୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପଦାର୍ଥ ବିଜ୍ଞାନ ଅଧ୍ୟାପକ ରାଜକିଶୋର ପଧାନ, ଅମ୍ବାଭୋନା କେଦାରନାଥ ଆଦିବାସୀ  ହାଇ ସ୍କୁଲ ର ପ୍ରଧାନ ଶିକ୍ଷକ ପ୍ରଭାସ କୁମାର ପଧାନ, ଅମ୍ବାଭୋନା ବ୍ଳକ ମିଳିତ ଶିକ୍ଷକ ସଂଘ ର ସଭାପତି ରାଜକୁମାର ବଘେଲ ପ୍ରମୁଖ ଯୋଗଦେଇଥିଲେ।  ଶେଷରେ ସହକାରୀ ଶିକ୍ଷୟିତ୍ରୀ ତନୟା ଡନସନା  ଧନ୍ୟବାଦ ଅର୍ପଣ କରିଥିଲେ।
Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar