ବିଜେପୁର : ବିଜେପୁରରେ ବ୍ଳକସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ବିଜେପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ପ୍ରଦର୍ଶନୀରେ ବିଜ୍ଞାନ, ଗଣିତ ଏବଂ ପରିବେଶ ସମ୍ବନ୍ଧୀୟ ୧୪୦ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା ।

ଏଥିରେ ଚାରପାଲି ୟୁଜିଏଚଏସର ଲିଜା ପଧାନ (୮ମ ଶ୍ରେଣୀ), ଟୁହିଲାମାଲ ପଞ୍ଚାୟତ ହାଇସ୍କୁଲର କୈଳାସ ଡନସନା (୯ମଶ୍ରେଣୀ), ପଥର୍ଲା ୟିଜିଏଚଏସର ସ୍ବାଗତ୍ କର(୧୦ମଶ୍ରେଣୀ), ଅଇଲପୁର ୟୁପି ସ୍କୁଲର ବିଦୁସ୍ମିତା ବିଶ୍ବାଳ (୬ଷ୍ଠ ଶ୍ରେଣୀ), ବଡବାଉଁଶେନ ୟୁପି ସ୍କୁଲର ସୋନିସ୍ବେତା ପଣ୍ଡା (୮ମ ଶ୍ରେଣୀ), କନପୁରୀ ୟୁପି ସ୍କୁଲର ମୀରା ଜାଲ (୬ଷ୍ଠ ଶ୍ରେଣୀ) ପ୍ରମୁଖ ଛାତ୍ରଛାତ୍ରୀଙ୍କ ପ୍ରକଳ୍ପ ଜିଲ୍ଲାସ୍ତରକୁ ମନୋନୀତ ହୋଇଛି।

ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେଶ କୁମାର ରାଉତ ରାୟଙ୍କ ଅଧ୍ଯକ୍ଷତାରେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ମନୋଜ କୁମାର ସାହୁ ମୁଖ୍ଯ ଅତିଥି, ଜିଲ୍ଲା ବିଜ୍ଞାନ ସହ ନିରୀକ୍ଷକ ଭାର୍ଗବ ନାୟକ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ।

ଗୋଷ୍ଠୀ ବିଜ୍ଞାନ ମଂଚର ସଂପାଦକ ମହେନ୍ଦ୍ର ଆଚାର୍ଯ୍ୟ ସ୍ବାଗତ ଭାଷଣ ଏବଂ ବିଭୂତି ଭୂଷଣ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ।  ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ମନୋଜ ବେହେରା ଧନ୍ଯବାଦ ଅର୍ପଣ କରିଥିଲେ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar