ଅମ୍ବାଭୋନା : ଅମ୍ବାଭୋନା ବ୍ଲକ ଭୁକ୍ତା ମହାତ୍ମା ଗାନ୍ଧୀ ଜୁନିୟର ମହାବିଦ୍ୟାଳୟରେ ଆତ୍ମସୁରକ୍ଷା ତାଲିମ ଶିବିର ଉଦଘାଟିତ ହୋଇଯାଇଛି  ।  ମହାବିଦ୍ୟାଳୟର ଅଧ୍ୟକ୍ଷ  ଧ୍ରୁବ ଚରଣ ସା ତାଲିମ ଶିବିରକୁ ଉଦଘାଟନ କରିଥିଲେ। ଏହି ଶିବିରରେ  ୧୪୫ ଜଣ ଛାତ୍ରୀ ଯୋଗଦେଇଥିବା ବେଳେ  ମହାବିଦ୍ୟାଳୟର ପୂର୍ବତନ ଛାତ୍ରୀ ଅଲିଭା ବରିହା ଏବଂ ଯମୁନା ଭୋଇ ପ୍ରଶିକ୍ଷକ ହିସାବରେ  ତାଲିମ ଦେଇଥିଲେ ।

ନୋଡାଲ ଅଫିସର ଶୁଭେନ୍ଦୁ ପ୍ରକାଶ ସାହୁ ଏବଂ ଅଧ୍ୟାପିକା ଦମୟନ୍ତୀ ହୋତାଙ୍କ ସମେତ ମହାବିଦ୍ୟାଳୟର ଅଧ୍ୟାପକ , ଅଧ୍ୟାପିକା ସହଯୋଗ କରିଥିଲେ ।

Leave a Reply

Your email address will not be published.

error: Content is protected !!