ଅମ୍ବାଭୋନା : ଅମ୍ବାଭୋନା ସ୍ଥିତ କେଦାରନାଥ ସାହିତ୍ୟ ସଂସଦ ଠାରେ ‘ବନ୍ଦେ ମାତରମ୍’ ର ହିନ୍ଦୀ ଅନୁବାଦ ପୁସ୍ତକ ଲୋକାର୍ପିତ ହୋଇଯାଇଛି । ଶଶୀଭୂଷଣ ପାଣିଗ୍ରାହୀଙ୍କ ଦ୍ୱାରା ଲିଖିତ ଏହି ପୁସ୍ତକର ଲୋକାର୍ପଣ ଉତ୍ସବରେ ବହୁ ସାହିତ୍ୟପ୍ରେମୀ ଯୋଗଦାନ କରିଥିଲେ । ଆଇନଜିବୀ ଶରଦ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱ ଏବଂ ଯୋଗେଶ୍ୱର ରଥଙ୍କ ସଂଯୋଜନା ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସତ୍ୟାନନ୍ଦ ପ୍ରଧାନ, ମନୋହର ସାହୁ , ଗଜେନ୍ଦ୍ର ଦାଶ , ସୁରେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଉପନ୍ୟାସର ପର୍ଯ୍ୟୋଲୋଚନା କରିଥିଲେ । ପରିଶେଷରେ ବ୍ରହ୍ମଚାରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।