ବରଗଡ : ଚୈତ୍ର ପୂର୍ଣ୍ଣିମାରେ ଗ୍ରାମ୍ୟଦେବୀ ମାଁ ସମଲେଇଙ୍କୁ ଗଙ୍ଗାଜଳରେ ଅଭିଷେକ କରାଯିବ । ମାଁ ଙ୍କର ବାସନ୍ତିକ ପୂଜା ପାଇଁ ଅନୁଷ୍ଠିତ ବୈଠକରେ ଏ ନେଇ ନିଷ୍ପତି ନିଆଯାଇଥିବା ବେଳେ  ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଗାମୀ ଏପ୍ରିଲ ୧ ଚୈତ୍ର ଆମାବାସ୍ୟା ତିଥିରେ ମାଁ ସମଲେଇଙ୍କ ଚୈତ୍ର ନବରାତ୍ର ପୂଜା ପାଇଁ ଖଣ୍ଡାଧୁଆ ପର୍ବ ସହ କଳସ ଆବାହନ କରାଯିବ । ଏପ୍ରିଲ ୨ ତାରିଖ ଚୈତ୍ର ପ୍ରତିପଦା ଯୁକ୍ତ ଦ୍ୱିତୀୟାରୁ ମାଁ ଙ୍କ ନବରାତ୍ର ପୂଜା ଆରମ୍ଭ ହେବ ଏବଂ ଏପ୍ରିଲ ୧୦ ତାରିଖ ଚୈତ୍ର ମହାନବମୀରେ ପୂର୍ଣ୍ଣାହୂତି ସହ ନବରାତ୍ର ପୂଜା ସମାପନ ହେବ ।

ସେହିପରି ଏପ୍ରିଲ ୧୬ ତାରିଖ ଚୈତ୍ର ପୂର୍ଣ୍ଣିମା ଅବସରରେ ଗ୍ରାମ୍ୟଦେବୀ ମାଁ ସମଲେଇଙ୍କୁ ତ୍ରିବେଣୀ ସଙ୍ଗମରୁ ଅଣାଯାଇଥିବା ଗଙ୍ଗାଜଳରେ ଅଭିଷକ୍ତ କରାଯିବ ବୋଲି ନିଷ୍ପତି ନିଆଯାଇଛି । ଏ ଅବସରରେ ମାଁଙ୍କୁ ମହାଭୋଗ ଅର୍ପଣ କରାଯିବା ସହ ତାହା ଭକ୍ତମାନଙ୍କୁ ଅର୍ପଣ କରାଯିବ ।

ଏଠାରେ ସୂଚନା ଯୋଗ୍ୟ ଯେ କୋଭିଡ କଟକଣା ଯୋଗୁଁ ଦୁଇ ବର୍ଷ ହେବ ମାଁଙ୍କ ଜଳାଭିଷେକ ନିରାଡମ୍ବର ଭାବରେ ପାଳନ କରାଯାଇଥିଲା । ତେବେ ଚଳିତ ବର୍ଷ ମାଁଙ୍କ ଜଳାଭିଷେକ ଗଙ୍ଗାଜଳରେ କରାଯିବାକୁ ନିଷ୍ପତି ନିଆଯିବା ସହ ମନ୍ଦିର କମିଟୀ ତରଫରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ନେଇ ସୂଚନା ଦିଆଯାଇଛି ।

Leave a Reply

Your email address will not be published.

error: Content is protected !!