ବରଗଡ : ସମାଜରେ ସବୁବର୍ଗଙ୍କ ଲୋକଙ୍କ ମଧ୍ୟରେ ସଦଭାବନା ଓ ମାନସିନ ଶାନ୍ତି ରହିଲେ ହିଁ ସର୍ଣ୍ଣିମ ଭାରତର ନିର୍ମାଣ କରାଯାଇପାରିବ ବୋଲି ଆଜାଦି କି ଅମୃତ ମହୋତ୍ସବ କାର୍ଯ୍ୟକ୍ରମରେ ଅତିଥିମାନେ ମତପ୍ରକାଶ କରିଥିଲେ । ବ୍ରହ୍ମକୁମାରୀ ବରଗଡ଼ ଶାଖା ପକ୍ଷରୁ ସ୍ଥାନୀୟ ସ୍ୱୟଂସିଦ୍ଧା ଭବନଠାରେ ଆୟୋଜିତ କାର୍ଯ୍ୟକ୍ରମକୁ ବ୍ରହ୍ମକୁମାରୀ ଆରତୀ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବରଗଡ଼ ଡିଆରଡିଏର ପ୍ରକଳ୍ପ ନିର୍ଦ୍ଦେଶକ କୃତିବାସ ରାଉତ ଓ ଡେପୁଟି କଲେକ୍ଟର ସୁମତୀ ପଣ୍ଡା ଅତିଥି ଭାବରେ ଯୋଗଦେଇଥିଲେ । ବ୍ରହ୍ମକୁମାରୀ ପଶ୍ଚିମ ସମ୍ଭାଗର ମୁଖ୍ୟ ବିକେ ପାର୍ବତୀ , ମାଉଣ୍ଟ ଆବୁରୁ ଆସିଥିବା ଜାତୀୟ ସଂଯୋଜକ ବିକେ ଶ୍ରୀକାନ୍ତ ପ୍ରମୁଖ ଯୋଗଦେଇ ଶ୍ରୋତାମାନଙ୍କୁ ଉଦବୋଧନ ଦେଇଥିଲେ ।

ବ୍ରହ୍ମକୁମାରୀ ବରଗଡ଼ କେନ୍ଦ୍ରର ମୁଖ୍ୟ ବିକେ ଯଶୋଦା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରଗଡ଼ ଜିଲ୍ଳାର ବିଭିନ୍ନ ଶାଖାରୁ ଶତାଧିକ ବ୍ରହ୍ମକୁମାର ଓ ବ୍ରହ୍ମକୁମାରୀ ସହ ଶତାଧିକ ଜନସାଧାରଣ ଯୋଗଦେଇଥିଲେ ।

Leave a Reply

Your email address will not be published.

error: Content is protected !!