ବରଗଡ :  ବରିଷ୍ଠ ଓକିଲ ଚନ୍ଦ୍ରଧ୍ଵଜ ଜାଲ ଜିଲ୍ଲା ଓକିଲ ସଂଘର ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି। ସେହିପରି ହରିହର ପ୍ରଧାନ ଲଗାତାର ତୃତୀୟ ଥର ପାଇଁ ତଥା ସର୍ବମୋଟ ଚତୁର୍ଥ ଥର ସାଧାରଣ ସମ୍ପାଦକ ଭାବରେ ନିର୍ବାଚିତ ହୋଇଥିବା ବେଳେ ହେମନ୍ତ ପୁରୋହିତ ଉପସଭାପତି,ରାଜେନ୍ଦ୍ର ମହାନ୍ତି ଯୁଗ୍ମ ସମ୍ପାଦକ ଭାବରେ ନିର୍ବାଚିତ ହୋଇଛନ୍ତି।ପ୍ରକାଶ ଥାଉକି ପୂର୍ବରୁ କାର୍ଯ୍ୟକାରୀ କମିଟିର ୧ ନମ୍ବର କେଟାଗୋରି ରେ ହରଦୀପ ସିଂ ଓ କିଶୋର ଦାଶ, ୨ ନମ୍ବର କେଟାଗୋରୀ ରେ ଅନୁପ ଶତପଥୀ ଓ ସୁଧୀର ଦେବତା ,୩ ନମ୍ବର କେଟାଗୋରୀରେ ସନକ ଦାଶ ଓ ଶୁକଦେବ ସାହୁ ନିର୍ବିରୋଧ ନିର୍ବାଚିତ ହୋଇଥିଲେ। ଆଜିର ନିର୍ବାଚନକୁ ବରିଷ୍ଠ ଓକିଲ ପଞ୍ଚାନନ ମିଶ୍ର ନିର୍ବାଚନ ଅଧିକାରୀ ଭାବରେ ପରିଚାଳନା କରିଥିବା ବେଳେ ତାଙ୍କୁ ଦିପାଂଶୁ ଆଚାର୍ଯ୍ୟ, ବିକ୍ରମାଦିତ୍ୟ ପଣ୍ଡା, ଟୁନାଜ୍ ଚନ୍ଦ୍ର ତ୍ରିପାଠୀ, ଦ୍ୟୁତିଶ ଆଚାର୍ଯ୍ୟ, କିରଣ ମିଶ୍ର, ଜିତୁ ସାହୁ, ସୋମଦତ୍ତ ମହାପାତ୍ର, ଅପ୍ରମିତ ମିଶ୍ର , ଅଧିକାରୀ ପ୍ରଧାନ ସହଯୋଗ  କରିଥିଲେ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar