ବରଗଡ : ରଙ୍ଗର ପର୍ବ ହୋଲିକୁ ଆଉ ପାଂଚ ଦିନ ରହିଥିବାବେଲେ ହୋଲି ପୂର୍ବରୁ ହୋଲି ଖେଳ । ବରଗଡ ଜିଲ୍ଲା ଭଟଲି ଶ୍ୟାମ ବାବାଙ୍କ ମନ୍ଦିରରେ ଦେଖିବାକୁ ମିଳିଛି ଏହି ନିଆରା ହୋଲି ଖେଳ । ଭକ୍ତ ଓ ଭଗବାନଙ୍କ ମଧ୍ୟରେ ହୋଲି ଖେଳ ପୂର୍ବରୁ ପାଳନ ହେଉଥିବା ଏହି ନିଆରା ହୋଲି ଖେଳ ଫାଗୁନ୍ ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରର ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା ।
ରାଜସ୍ଥାନର ଖାଟୁ ପରେ ବରଗଡ ଜିଲ୍ଲା ଭଟଲି ଠାରେ ରହିଛି ଶ୍ୟାମ ବାବାଙ୍କ ଦ୍ୱିତୀୟ ମନ୍ଦିର । ତେବେ ରାଜସ୍ଥାନରେ ଶ୍ୟାମବାବାଙ୍କ ଯୈାବନ ରୂପ ପୂଜା ପାଉଥିବାବେଳେ ଭଟଲିଠାରେ ବାଲ୍ୟ ରୂପରେ ପୂଜା ପାଇଥାନ୍ତି ବାବା ଶ୍ୟାମ । ଶ୍ୟାମ ବାବାଙ୍କ ଏହି ମନ୍ଦିରରେ ହୋଲି ପୂର୍ବରୁ ଫାଲଗୁନ ଶୁକ୍ଲପକ୍ଷ ଏକାଦଶୀରେ ପାଳିତ ହୋଇଥାଏ ଫାଗୁନ୍ ମେଳା । ଶ୍ୟାମ ବାବା ଏହି ଦିନ ମନ୍ଦିରରୁ ବାହାରି ସାତରଙ୍ଗୀ ରଥରେ ବସି ଭଟଲି ସହର ପରିକ୍ରମା କରୁଥିବା ବେଲେ ଭକ୍ତ ମାନେ ବାବାଙ୍କ ସହିତ ହୋଲି ଖେଳରେ ମଜ୍ଜି ଯାଇଥିବାର ଦେଖିବାକୁ ମଳିଥିଲା । ଯେଉଁଥିରେ ଓଡିଶା ସମେତ ପଡୋଶୀ ଛତିଶଗଡ, ମଧ୍ୟପ୍ରଦେଶ, ଝାରଖଣ୍ଡ, ବିହାର, କୋଲକତାରୁ ହଜାର ହଜାର ଭକ୍ତ ସାମିଲ ହୋଇ ଭଗବାନ ଶ୍ୟାମ ବାବାଙ୍କ ସହିତ ହୋଲି ଖେଳିଥିଲେ । ଏ ଅବସରରେ ସାରା ପରିବେଶ ରଙ୍ଗ ଓ ଅବିର ରେ ରଙ୍ଗମୟ ହୋଇ ଉଠିଥିବା ବେଳେ ଭକ୍ତ ମଧ୍ୟ ବିଭୋର ହୋଇ ଯାଇଥିଲା ରଙ୍ଗ ର ପର୍ବ ହୋଲି ପୂର୍ବରୁ । ଶ୍ୟାମ ବାବାଙ୍କ ମନ୍ଦିରରେ ପୁରୁଷ ମହିଲା ସମସ୍ତେ ମିଶି ଅବିର ହୋଲିର ରଙ୍ଗରେ ଆଉ ମଜ୍ଜି ଯାଇଥିବା ଦେଖିବାକୁ ମିଳଥିବା ବେଳେ ସତେ ଯେମିତି ସମଗ୍ର ପରିବେଶ ବ୍ରଜ ବୃନ୍ଦାବନ ରେ ଚାଲିଥିବା ହୋଲି ଉତ୍ସବ ପରି ମନେ ହେଉଥିଲା । ତେବେ ଭଗବାନ ଶ୍ୟାମ ବାବାଙ୍କ ସହ ହୋଲି ଖେଳିବାକୁ ଶହ ଶହ ମହିଲା ପୁରୁଷ ସାମିଲ ହୋଇଥିଲେ ।
ପୌରାଣିକ କିମ୍ବଦନ୍ତୀ ଅନୁସାରେ ମହାଭାରତ ରେ ଭୀମଙ୍କର ପୁତ୍ର ବେଲାଲସେନ ପରାକ୍ରମୀଶାଳୀ ଯୋଦ୍ଧା ରୂପରେ ପରିଗଣିତ ଥିଲା । ଯେତେବେଲେ ମହାଭାରତ ଯୁଦ୍ଧ ଆରମ୍ଭ ହେବାକୁ ଥିଲା ଭଗବାନ ଶ୍ରୀକୃଷ୍ଣ ଜାଣିପାରି ଥିଲେ ଯେ ବେଲାଲସେନ ମହାଭାରତ ଯୁଦ୍ଧକୁ ଅଠର ଦିନ ବଦଳରେ ଗୋଟିଏ ଦିନରେ ଶେଷ କରିଦେବ । ତେଣୁ ଭଗବାନ ଶ୍ରୀକୃଷ୍ଣ ଛଳନା କରି ବେଲାଲସେନକୁ ନିଜ ଶୀର (ମୁଣ୍ଡ) ଦାନ କରିବା ପାଇଁ କହିଥିଲେ । ତେବେ ବେଲାଲସେନ ସର୍ତ ରଖି ଥିଲେ ଯେ ନିଜ ଶୀର (ମୁଣ୍ଡ) ଦାନ କରିବା ସହ ସେ ମହାଭାରତ ଯୁଦ୍ଧ ସମ୍ପୁର୍ଣ ଦେଖିବା ପରେ ହିଁ ତାଙ୍କର ମୃତ୍ୟୁ ହେବ । ଭଗବାନ ଶ୍ରୀକୃଷ୍ଣ ବେଲାଲସେନ ର ସମର୍ପଣରେ ଖୁସି ହୋଇ ଆର୍ଶିବାଦ କରିଥିଲେ ଯେ କଳିଯୁଗରେ ତାଙ୍କର ଅନ୍ୟ ନାମ ମଧ୍ୟରୁ ଶ୍ୟାମ ରୂପରେ ପୂଜା ପାଇବା ପାଇଁ । ସେହି ଦିନଠାରୁ ବେଲାଲସେନଙ୍କ ଶୀର ଅର୍ଥାତ୍ କଟା ମୁଣ୍ଡ ଶ୍ୟାମ ବାବା ରୂପରେ ପୂଜା ପାଇ ଆସୁଛନ୍ତି । ଭଟଲି ଶ୍ୟାମ ବାବାଙ୍କ ଠାରେ ଭକ୍ତଙ୍କ ଅଗାଧ ବିଶ୍ୱାସ ରହିଥିବାବେଲେ ଫାଗୁନ୍ ମେଲା ଅବସରରେ ମନ୍ଦିରରେ ସ୍ୱତନ୍ତ୍ର ପୂଜା କରାଯାଇଥିଲା ।