ବରଗଡ଼ : ବିହାରୀ ଯୁବକ ସଂଘ ତରଫରୁ ମାଁ ସମଲେଶ୍ୱରୀଙ୍କ ବାର୍ଷିକ ପୂଜା ପାଇଁ କଳସ ଯାତ୍ରା ଅନୁଷ୍ଠିତ ହେବା ସହ ମନ୍ଦିରରେ ସ୍ଥାପନା କରାଯାଇଛି । ଦୁଇ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ ପୂଜା ପାଇଁ ଶନିବାର ଜୀରା ନଦୀରୁ ଏକ ଭବ୍ୟ କଳସ ଯାତ୍ରା ମାଁଙ୍କ ମନ୍ଦିରକୁ ପହଂଚିଥିଲା । ପରେ ପରେ ମାଁଙ୍କ ପୂଜା ଆରମ୍ଭ ହୋଇଥିଲା ଏବଂ ରବିବାର ଅପରାହ୍ନରେ ମାଁ ସମଲେଶ୍ୱରୀ ମନ୍ଦିରରେ ପୂର୍ଣ୍ଣାହୂତି ଅନୁଷ୍ଠିତ ହେବ । ବିହାରୀ ଯୁବକ ସଂଘର ସଦସ୍ୟମାନେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରୁଛନ୍ତି ।