ବରଗଡ଼ : ଆୟୁଷ ସ୍ୱାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ର ନାଗେନପାଲି ତରଫରୁ ବରଗଡ଼ ପଚାଂୟତ ମହାବିଦ୍ୟାଳୟରେ ଏକ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ପତିତ ପାବନ ସାହୁ ଉଦଘାଟନ କରିଥିଲେ । ଆୟୁଷ ସ୍ୱାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ରର ଡାକ୍ତର ସରିତା ମଞ୍ଜରୀ ସାହୁ ଯୋଗଦେଇ ଶିବିରର ଉପଯୋଗିତା ବିଷୟରେ ସୂଚନା ଦେଇଥିଲେ ।

ଏ ଅବସରରେ କଲ୍ୟାଣ କେନ୍ଦ୍ରର ଯୋଗ ପ୍ରଶିକ୍ଷକ ତାପସ ରଞ୍ଜନ ସାହୁ ଏବଂ ପୂଜା ସାହୁ ଯୋଗ ଶିକ୍ଷା ଦେଇଥିବା ବେଳେ ପଚାଂୟତ ମହାବିଦ୍ୟାଳୟର ବହୁ ଅଧ୍ୟାପକ , ଅଧ୍ୟାପିକା ତଥା ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ଶିବିର ପରିଚାଳନାରେ କଲ୍ୟାଣ କେନ୍ଦ୍ରର ଆୟୁଷ ସହାୟକ ଚିତ୍ତ ରଞ୍ଜନ ଶର୍ମା ସକ୍ରିୟ ସହଯୋଗ କରିଥିବା ବେଳେ ପରିଶେଷରେ ଅଧ୍ୟାପକ ଡ. ବି ବି ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published.

error: Content is protected !!