ବରଗଡ଼ : ବାଙ୍ଗାଲୋର ସହରରେ ୨ ହଜାର ଭିକାରୀଙ୍କୁ କର୍ମସଂସ୍ଥାନ ଦେବା ସହ ଶିକ୍ଷା ଓ ଅନ୍ୟାନ୍ୟ କ୍ଷେତ୍ରରେ ସାରା ପୃଥିବୀରେ ନାଁ କରିଥିବା ମହିଳା ଉଦ୍ୟୋଗୀ ସ୍ୱାତୀ ବୁନ୍ଦିଆ ସ୍ଥାନୀୟ ଇମ୍ପରିୟଲ କଲେଜର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ମଣିଷ ସଫଳତା ପାଇବାକୁ ଆରମ୍ଭରୁ ସାହସପୂର୍ଣ୍ଣ ପଦକ୍ଷେପ ନେଲେ ନିଜକୁ ପ୍ରମାଣିତ କରିପାରେ ବୋଲି ସେ କହିଥିଲେ । ତାଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଅନୁଷ୍ଠାନ ‘କ୍ଳାପ’ରେ ଏଥିପାଇଁ ବିଭିନ୍ନ ବିଷୟରେ ଶିକ୍ଷାଦାନ ଦିଆଯିବା ସହ ଗବେଷଣା ମଧ୍ୟ ଜାରି ରହିଛି । ଇମ୍ପରିୟଲ କଲେଜର ମୁଖ୍ୟ ଦିପକ ଗୋୟଲଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଲେଜର ସମସ୍ତ ଅଧ୍ୟାପିକା ଓ ଛାତ୍ରୀମାନେ ଯୋଗଦେଇଥିଲେ ।