ବରଗଡ଼ : ଇମ୍ପରିୟଲ କଲେଜର ପ୍ରବନ୍ଧନ ବିଭାଗର ଛାତ୍ରଛାତ୍ରୀମାନେ ବରଗଡ଼ରେ ନୂତନ ଭାବେ ଉଦଘାଟନ ହୋଇଥିବା ରିଲାଏନ୍ସ ଷ୍ଟୋର ପରିଦର୍ଶନ କରିଥିଲେ । କଲେଜର ବିବିଏ ଛାତ୍ରଛାତ୍ରୀମାନେ ରିଲାଏନ୍ସ ଷ୍ଟୋରରେ ପହଂଚି ସେଠାରେ ନିୟନ୍ତ୍ରିତ ହେଉଥିବା ବ୍ୟବସାୟର ବିଭିନ୍ନ ଦିଗ ଉପରେ ଷ୍ଟୋରର ଶାଖା ପରିଚାଳକଠାରୁ ସମସ୍ତ ବିଷୟ ବୁଝିବା ସହ ପ୍ରତ୍ୟକ୍ଷ ଜ୍ଞାନ ଆହରଣର ସୁଯୋଗ ଲାଭ କରିଥିଲେ । ସେହିପରି କ୍ରିଷ୍ଣା ପ୍ଳାଷ୍ଟର କାରଖାନା ପରିଦର୍ଶନ କରି ବିଭିନ୍ନ ପ୍ରକାରର ପାଇପ ଓ ଟାଙ୍କିର ନିର୍ମାଣ ପଦ୍ଧତି ଜାଣିବା ସହ ଏହାର ବଜାର ବ୍ୟବସ୍ଥା ତଥ୍ୟ ସଂଗ୍ରହ କରିଥିଲେ ।