ଅମ୍ବାଭୋନା : ଭୁକ୍ତା ଗ୍ରାମପଚାଂୟତ ଅନ୍ତର୍ଗତ ଚିଚୋଳି ଗ୍ରାମର ପ୍ରମିଲା ତାଣ୍ଡି ବୟସାଧିକ ହୋଇ ମଧ୍ୟ ଭତ୍ତା ପାଇବାରୁ ବଚିଂତ ରହିଥିଲେ । ଯାହାକି ଅମ୍ବାଭୋନା ବିଡିଓ ଅନୁପମା ଘୋଷଙ୍କ ଦୃଷ୍ଟିଗୋଚର ହେବା ସହ ସେ ନିଜେ ସଂପୃକ୍ତା ବୃଦ୍ଧାଙ୍କ ଘରକୁ ଯାଇ ତାଙ୍କୁ ଭେଟି ପ୍ରଥମ କିସ୍ତିର ଭତ୍ତା ରାଶି ସାତ ଶହ ଟଙ୍କାର ପ୍ରଦାନ କରିଥିଲେ । ସୂଚନା ଯୋଗ୍ୟ ଯେ ପ୍ରମିଲା ତାଣ୍ଡି ଭତ୍ତାଟିଏ ପାଇବା ପାଇଁ ବାରମ୍ବାର ସରପଂଚଠାରୁ ବ୍ଳକ ପ୍ରଶାସନର ଦ୍ୱାରସ୍ଥ ହୋଇ ନିରାଶ ହୋଇପଡିଥିଲେ । କ୍ଷେତ୍ର ପରିଦର୍ଶନ ସମୟରେ ଅସହାୟ ବୃଦ୍ଧାଙ୍କ ଦୟନୀୟ ସ୍ଥିତି ଜାଣିବା ପରେ ଅମ୍ବାଭୋନା ବିଡିଓ ଶ୍ରୀମତୀ ଅନୁପମା ଘୋଷ ତତ୍‌କ୍ଷଣାତ ଇନ୍ଦିରାଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ପେନସନ ଯୋଜନାରେ ଅନ୍ତଭୁକ୍ତ କରି ଭତ୍ତା ଯୋଗାଇ ଦେବାର ବ୍ୟବସ୍ଥା କରିଥିଲେ । ଅମ୍ବାଭୋନା ବିଡିଓଙ୍କ ଏହି ମହତ ଚିନ୍ତାଧାରାକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି ।

Leave a Reply

Your email address will not be published.

error: Content is protected !!