ବରଗଡ଼ : ଗୁରୁବାର ଫାଳଗୁନ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଅବସରରେ ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠାର ଚତୁର୍ଥ ବାର୍ଷିକୋତ୍ସବ ପାଳିତ ହୋଇଯାଇଛି । ଏଥିପାଇଁ ମନ୍ଦିରକୁ ବିଭିନ୍ନ ପ୍ରକାର ଫୁଲରେ ସଜ୍ଜିତ କରାଯାଇଥିଲା । ଗୁରୁବାର ସକାଳୁ ମଙ୍ଗଲଆରତୀ ପରେ ସୂର୍ଯ୍ୟ ପୂଜା, ଦ୍ୱାରପାଲ ପୂଜା, ମହାସିଂହ ପୂଜନ , କାଳରାତ୍ରୀ ପୂଜନ ସହ ମାଁଙ୍କର ମହାସ୍ନାନ ପୂର୍ବକ ଷୋଡଶ ଉପଚାର ପୂଜା କରାଯାଇଥିଲା । ପରେ ସମସ୍ତ ଜଗତର କଲ୍ୟାଣ ନିମିତ ମାଁଙ୍କର ସପ୍ତସତୀ ଚଣ୍ଡୀ ହବନ ଅନୁଷ୍ଠିତ ହୋଇଥିଲା । ପଣ୍ଡିତ ଶିବଶଙ୍କର ଦାଶ, ପଣ୍ଡିତ ଚୂଡାମଣୀ ରଥ, ପଣ୍ଡିତ ବିଘ୍ନରାଜ ଦାଶ , ପଣ୍ଡିତ ସୁଧାଂଶୁ ଦାଶ, ପଣ୍ଡିତ ଶିଶିର ପୁରୋହିତ ମନ୍ଦିରର ପୂଜକ କ୍ଷୀରୋଦ୍ର ଝାଙ୍କର , କର୍ତା କିଶୋର ଦାଶ ଙ୍କ ସମେତ ଭକ୍ତ ଗଣ ଚଣ୍ଡୀହବନରେ ଆହୂତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଭକ୍ତ ଯୋଗଦାନ କରି ମାଁ ସମଲେଶ୍ୱରୀଙ୍କ ଦର୍ଶନ ସହ ଆଶୀଷ ଲାଭ କରିଥିଲେ । ଏ ଅବସରରେ ମନ୍ଦିର କମିଟୀ ତରଫରୁ ପ୍ରସାଦ ବଣ୍‌ଟନ କରାଯାଇଥିଲା ।

ସୂଚନା ଯୋଗ୍ୟ ଯେ ୨୦୧୮ ମସିହା ଫାଳଗୁନ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଅବସରରେ ନୂତନ ଭାବରେ ନିର୍ମାଣ କରାଯାଇଥିବା ମାଁ ସମଲେଶ୍ୱରୀଙ୍କ ଭବ୍ୟ ମନ୍ଦିରର ପ୍ରତିଷ୍ଠା ଉତ୍ସବ ୬ ଦିନ ଧରି ଅନୁଷ୍ଠିତ ହୋଇଥିଲା । ଯାହାକି ଚ୍‌ତୁର୍ଥ ବର୍ଷ ପୂରଣ କରିଥିବା ବେଳେ ଏ ଅବସରରେ ବାର୍ଷିକ ପୂଜନୋତ୍ସବ ଅନୁଷ୍ଠିତ ହେବ ବୋଲି ଲଗ୍ନ ସ୍ଥିରୀକୃତ ହୋଇଥିଲା । ମନ୍ଦିର ପରିଚାଳନା କମିଟୀ ଙ୍କ ସମେତ ମାଁ ଙ୍କ ଭକ୍ତଗଣ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

One thought on “ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠାର ବାର୍ଷିକୋତ୍ସବ”
  1. It’s a presewarthy effort by the committee to celebrate the 4th year renovation of maa samaleswari mandir.I will be happy if it will be continue for year to come.

Leave a Reply

Your email address will not be published.

error: Content is protected !!