ବରଗଡ଼ : ଜର୍ଜ ହାଇସ୍କୁଲ ପଡିଆଠାରେ ୭୩ ତମ ଜିଲ୍ଳାସ୍ତରୀୟ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ମନ୍ତ୍ରୀ ପଦ୍ମନାଭ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତୋଳନ ସହିତ ଅଭିବାଦନ ଗ୍ରହଣ କରିଥିଲେ । କୋଭିଡ କଟକଣାଯୋଗୁଁ କେବଳ ପୋଲିସ ବାହିନୀ ପରେଡରେ ଅଂଶ ଗ୍ରହଣ କରିଥିଲେ । ଏ ଅବସରରେ ୧୪ ଜଣ କୋଭିଡ ଯୋଦ୍ଧାଙ୍କୁ ମୁଖ୍ୟଅତିଥି ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଉତ୍ସବରେ ଜିଲ୍ଳାପାଲ ମୋନିଷା ବାନାର୍ଜି , ଏସପି ରାହୁଲ ଜୈନ ସମେତ ଜିଲ୍ଳାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published.

error: Content is protected !!