ବରଗଡ : ରୋଟାରୀ ପବ୍ଲିକ ସ୍କୁଲ ଠାରେ ୭୩ ତମ ଗଣତନ୍ତ୍ର ଦିବସ ନିରାଡମ୍ବରରେ ପାଳିତ ହୋଇଯାଇଛି । ସ୍କୁଲ ଅଧ୍ୟକ୍ଷ ଗଜେନ୍ଦ୍ର ନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସ୍କୁଲ ଚେୟାରମ୍ୟାନ ରୋଟାରୀଆନ ସମର ଭଟ୍ଟାଚାର୍ଯ୍ୟ ଯୋଗଦେଇ ପତାକା ଉତୋଳନ କରିଥିଲେ । ଖେଳ ଶିକ୍ଷକ ସଚ୍ଚିଦାନନ୍ଦ ପଣ୍ଡା, ଆଶିଷ ନନ୍ଦ, ନିରୁପମା ମହାପାତ୍ର, ସଙ୍ଗୀତ ଶିକ୍ଷକ ସନ୍ଦୀପ ମହାପାତ୍ର, କଳା ଶିକ୍ଷକ କୁଶ ଭୂୟାଁଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ମିଷ୍ଠାନ୍ନ ବଂଟନ କରାଯାଇଥିଲା ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar