ବରଗଡ଼ : ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ତିରୋଧାନ ଦିବସ ଶହୀଦ ଦିବସ ଅବସରରେ ଜିଲ୍ଳା ପ୍ରଶାସନ ତରଫରୁ ସ୍ଥାନୀୟ ଗାନ୍ଧୀ ଛକ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସ୍ୱାଧୀନତା ସଂଗ୍ରାମର ଅମର ଶହୀଦ ମାନଙ୍କୁ ଶ୍ରଦ୍ଧାଜଂଳୀ ଅର୍ପଣ କରାଯାଇଥିଲା । ଏ ଅବସରରେ ମହାତ୍ମା ଗାନ୍ଧୀଙ୍କ ପ୍ରିୟ ଭଜନ ବୈଷ୍ଣୋବ ଜନୋତ ଓ ରାମଧୂନ ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ତରଫରୁ ପରିବେଷଣ କରାଯାଇଥିଲା । ଜିଲ୍ଳାପାଲ ମୋନିଷା ବାନାର୍ଜି , ଅତିରିକ୍ତ ଜିଲ୍ଳାପାଲ ମିର୍ଦ୍ଧା ଟପ୍ପୋ ,ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ନାରାୟଣ ଡନସେନାଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published.

error: Content is protected !!