ବରଗଡ଼ : ରୋଟାରୀ ପବ୍ଲିକ ସ୍କୁଲରେ ମେରୀ କ୍ରିସମସ୍ ଉତ୍ସବ ପାଳିତ ହୋଇଯାଇଛି । ସ୍କୁଲର ଚେୟାରମେନ ରୋଟାରୀଆନ୍ ସମର ଭଟ୍ଟାଚାର୍ଯ୍ୟ ଓ ଅଧ୍ୟକ୍ଷ ଗଜେନ୍ଦ୍ର ନାରାୟଣ ମିଶ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଛୋଟ ଛୋଟ ଶିଶୁ ତଥା ଛାତ୍ରଛାତ୍ରୀଙ୍କ ଗହଣରେ କେକ୍ କଟାଯାଇଥିଲା । ଶିକ୍ଷୟିତ୍ରୀ ବସ୍ତିରାଣୀ ବାରିକ ପ୍ରଭୁ ଯୀଶୁଙ୍କର ଜୀବନଦର୍ଶନ ସଂପର୍କରେ ଆଲୋକପାତ କରିଥିଲେ । ଏ ଅବସରରେ ଜାତୀୟ କଳା ଉତ୍ସବରେ ଯୋଗ୍ୟ ବିବେଚିତ ଏକାଦଶ ଶ୍ରେଣୀ ଛାତ୍ର ଇଶାନ ନନ୍ଦ ଏବଂ ଦଶମ ଶ୍ରେଣୀ ଛାତ୍ରୀ ଗ୍ରେସୀ ନିଶା ସିଂଘଲଙ୍କୁ ସମ୍ବଦ୍ଧି;ତ କରାଯାଇଥିଲା । ସେହିପରି ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସକ୍ରିୟ ସହଯୋଗ କରିଥିଲେ ।

Leave a Reply

Your email address will not be published.

error: Content is protected !!