ବରଗଡ଼ : ସଂସ୍କାର ଇଣ୍ଟରନେସନାଲ ସ୍କୁଲର ବାର୍ଷିକ ଉତ୍ସବ ‘ବିଷ୍ଟାସ-ଏକ ପରିଦୃଶ୍ୟ’ ପାଳିତ ହୋଇଯାଇଛି । ସ୍କୁଲର ପ୍ରତିଷ୍ଠାତ୍ରୀ ଶ୍ରୀମତୀ ସାବିତ୍ରୀ ସାୱଡିଆ ମୁଖ୍ୟଅତିଥି ଭାବେ ଯୋଗଦାନ କରି ବାର୍ଷିକ ଉତ୍ସବକୁ ଉଦଘାଟନ କରିଥିଲେ । ଏ ଅବସରରେ ସର୍ବର୍ାଧିକ ନମ୍ବର ରଖିଥିବା ଦ୍ୱାଦଶ ଶ୍ରେଣୀର ଛାତ୍ରୀ ସାକ୍ଷୀ ଅଗ୍ରୱାଲ, ଆସ୍ଥା ଅଗ୍ରୱାଲ , ପଲକ ଖିରିୱାଲ , ଶ୍ରୁତିଶ୍ରୀ ମହାରଣା, ଦଶମ ଶ୍ରେଣୀର ଛାତ୍ର ଅନମୋଲ ଅଗ୍ରୱାଲ, ଛାତ୍ରୀ ସୋନାକ୍ଷୀ ସ୍ୱରଞ୍ଜିନୀ , ପେହେଲ ଅଗ୍ରୱାଲ ଙ୍କୁ ପୁରସ୍କୃତ କରାଯାଇଥିଲା । ପରେ ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଓଡିଶୀ, ଲୋକନୃତ୍ୟ , ଲାବଣ୍ୟ ,

କୃଷ୍ଣଲୀଳା,ଘୁମର,ପଞ୍ଜାବୀ , ଗୁଜୁରାଟୀ,ସମ୍ବଲପୁରୀ ଆଦି ନୃତ୍ୟ ଫେସନ ସୋ ଆଦି ପରିବେଷଣ କରାଯାଇଥିଲା । ସ୍କୁଲର ଚେୟାରମେନ ସୁମନ ସାୱଡିଆ,ଭାଇସ ଚେୟାରମେନ ରୋଶନ ସାୱଡିଆ, ଡାଇରେକ୍ଟର ଅଜିତ ପଟ୍ଟନାୟକ,ପ୍ରିନସିପାଲ କରନ ସାହୁଙ୍କ ସମେତ ଶିକ୍ଷକ ଶିକ୍ଷୟତ୍ରୀ , ଅଭିଭାବକ ତଥା ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ ।

Leave a Reply

Your email address will not be published.

error: Content is protected !!