ବରଗଡ଼ : ଇମ୍ପରିୟଲ କଲେଜ ପରିସରରେ ଥିବା ଖୋଲା କ୍ୟାଣି୍ଟନ ଠାରେ ଆନ୍ତଜାତୀୟ ଚା’ ଦିବସ ଅବସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ହଷ୍ଟେଲ ଓ ମେସ୍ କମିଟୀ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ଅଲଗା ଅଲଗା ସ୍ୱାଦର ଚା’ ପରିବେଷଣ କରାଯାଇଥିଲା । ଚା’ ଦିବସ ଅବସରରେ ଏହାକୁ ସ୍ୱାଗତ କରି ରଙ୍ଗୋଲୀ ମଧ୍ୟ ଅଙ୍କନ କରାଯାଇଥିଲା । ଏହି ଦିବସରେ ଚା ବିକ୍ରୀରୁ ମିଳିଥିବା ସମସ୍ତ ଅର୍ଥକୁ ଦାତବ୍ୟ କାର୍ଯ୍ୟରେ ବିନିଯୋଗ କରାଯିବ ବୋଲି ଆୟୋଜକ ଛାତ୍ରଛାତ୍ରୀମାନେ ପ୍ରକାଶ କରିଛନ୍ତି । ଏହି ଅବସରରେ କଲେଜର ଅଧ୍ୟକ୍ଷ ଦିପକ ଗୋୟଲ ଓ ଅନ୍ୟ ଅଧ୍ୟାପକ ଅଧାପିକାମାନେ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ ।

Leave a Reply

Your email address will not be published.

error: Content is protected !!