ବରଗଡ଼ : ସୋହେଲା ବ୍ଳକ ସରକଣ୍ଡାଠାରେ ପଂଚଦିନାତ୍ମକ ସାର୍ବଜନୀନ ମହାଲକ୍ଷ୍ମୀ ପୂଜା ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏ ଅବସରରେ ଘଣ୍ଟବାଦ୍ୟର ତାଳେ ତାଳେ ସମଲେଇଟିକ୍ରା ସ୍ଥିତ ଖଲିଆବନ୍ଧରୁ ମହିଲା ମାନେ ପୂର୍ଣ୍ଣ କଳସ ଶୋଭାଯାତ୍ରା ଆଣି ମଣ୍ଡପରେ ସ୍ଥାପନ କରିଥିଲେ ।

ଆଗାମୀ ୧୯ ତାରିଖ ପର୍ଯ୍ୟନ୍ତ ମହାଲକ୍ଷ୍ମୀଙ୍କ ପୂଜନୋତ୍ସବ ଚାଲିବାକୁ ଥିବା ବେଳେ ପଣ୍ଡିତ ବିଘ୍ନରାଜ ଦାଶ ପୂଜା କାର୍ଯ୍ୟ ସଂପାଦନ କରୁଛନ୍ତି । ସେହିପରି ନିଶାମଣୀ ମେହେର ସପତ୍ନୀକ କର୍ତା ଦାୟିତ୍ୱ ତୁଲାଉଛନ୍ତି ।

ମାର୍ଗଶୀର ପୂର୍ଣ୍ଣିମା ତିଥି ୧୯ ତାରିଖରେ ପୂର୍ଣ୍ଣାହୂତୀ ପୂର୍ବକ ଆରତୀ ପୁଷ୍ପାଜଂଳୀ , ସାମୁହିକ ଆଶିର୍ବାଦ ପ୍ରଦାନ କରାଯିବ । ସାର୍ବଜନୀନ ମହାଲକ୍ଷ୍ମୀ ପୂଜା ପାଇଁ ପ୍ରତ୍ୟହ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବ ବୋଲି ପୂଜା କମିଟୀ ସୂତ୍ରରୁ ଜଣାପଡିଛି ।

Leave a Reply

Your email address will not be published.

error: Content is protected !!