ବରଗଡ଼ : ବିଦ୍ୟା ବିହାର ସ୍ଥିତ ଇମ୍ପରିୟଲ କଲେଜର ଏକାଦଶତମ  ଆନ୍ତଜାତୀୟ ସେମିନାର ଆଲେକ୍ସଜର ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ପ୍ରଫେସର  ବିଶ୍ୱଜିତ୍ ଶତପଥୀ, ସମ୍ବଲପୁର ବିଶ୍ୱବିଦ୍ୟାଳୟ , ଡ.ସଞ୍ଜୟ ମିଶ୍ର ରେଜିଷ୍ଟର, ଆଡାମାସ ବିଶ୍ଵ ବିଦ୍ୟାଳୟ କୋଲକାତା, ଡ. ରୋହିତା ଦ୍ବିବେଦୀ  ଆସିଷ୍ଟାଣ୍ଟ ପ୍ରଫେସର , ଏନ ଏମ ଆଇ ଏମ ଏସ , ମୁମ୍ୱାଇ ଏବଂ ଡ. ଆଶିଷ ଶ୍ରୀବାସ୍ତବ  ଦିଜିଏମ୍,  ଜିଏଆଇଏଲ୍  ନୂଆଦିଲ୍ଲୀ ପ୍ରମୁଖ  ଅଂଶ ଗ୍ରହଣ କରି ବହୁମୂଲ୍ୟ  ମତାମତ ପ୍ରଦାନ କରିଥିଲେ। କଲେଜର ନିର୍ଦ୍ଦେଶକ ଦୀପକ ଗୋୟଲ୍  ସ୍ଵାଗତ ଭାଷଣ ଦେଇଥିଲେ ଏବଂ ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିଚାଲିତ ହୋଇଥିଲା। ସେମିନାର ର ପ୍ରଥମ ଅଧିବେସନରେ ଡ. ସଞ୍ଜୟ ମିଶ୍ର ଏବଂ ଡ. ଆଶିଷ ଶ୍ରୀବାସ୍ତବ ପ୍ରଯୁକ୍ତି ବିଦ୍ୟା ଓ ଇ- ଲାର୍ଣୀଙ୍ଗ ର ଭୂମିକା ଛାତ୍ରଛାତ୍ରୀମାନଙ୍କ ଜୀବନରେ କିଭଳି ପ୍ରଭାବ ପକାଇଛି ସେ ବିଷୟରେ ଆଲୋକପାତ କରିଥିଲେ। ଡ. ରୋହିତା ଦ୍ବିବେଦୀ  ଏବଂ ଡ. ବିଶ୍ୱଜିତ୍ ଶତପଥୀ କୋଭିଡ -୧୯ କିପରି ଉଚ୍ଚଶିକ୍ଷା ଉପରେ ପ୍ରଭାବ ପକାଇଛି ତାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ଯେପରିକି ଶିକ୍ଷା ଓ ଶିକ୍ଷଣ ,ପରୀକ୍ଷା, ସର୍ଭିସ ଇତ୍ୟାଦି ।ସେମିନାରର ଦ୍ଵିତୀୟ ଅଧିବେଶନରେ କଲେଜର  ଅଧ୍ୟାପକ, ଅଧ୍ୟାପିକା ଏବଂ  ଛାତ୍ରଛାତ୍ରୀମାନେ କୋଭିଡ -୧୯ ର ପ୍ରଭାବ କିପରି ଉଚ୍ଚ ଶିକ୍ଷା ଉପରେ ପଡ଼ିଛି ଏହା ଉପରେ ଉପସ୍ଥାପନା କରିଥିଲେ । ପରିଶେଷରେ ବିସିଏ ଛାତ୍ର ସ୍ଵୟମ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar