ବରଗଡ଼ : ବରଗଡ଼ ପଚାଂୟତ ମହାବିଦ୍ୟାଳୟରେ “ ଏକ ସାର୍ଥକ ଜୀବନ ପାଇଁ ବ୍ୟକ୍ତିତ୍ୱର ବିକାଶ” ଶୀର୍ଷକ ନୈତିକ ଶିକ୍ଷା ଆଧାରିତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବେଦାନ୍ତଚାର୍ଯ୍ୟ ସ୍ୱାମୀ ଶ୍ରୀ ଆନନ୍ଦସ୍ୱରୂପାନନ୍ଦ ସରସ୍ୱତୀ ମୁଖ୍ୟଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସଙ୍ଗତିପୂର୍ଣ୍ଣ ସହାବସ୍ଥାନ, ସଂଯମ , ପରୋପକାର ଓ ପ୍ରତ୍ୟାଶାବିହୀନ ନିସ୍ୱାର୍ଥସେବା ସମନ୍ଧରେ ବିସ୍ତୁତ ଦିଗଦର୍ଶନ ଦେଇଥିଲେ । ଅଧ୍ୟାପକ ଡ.ଚିତରଞ୍ଜନ ସାହୁଙ୍କ ସଂଯୋଜନା ଏବଂ ଅଧ୍ୟକ୍ଷ ପତିତପାବନ ସାହୁ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପୁରାତନ ଛାତ୍ର ପ୍ରାକ୍ତନ ପ୍ରାଧ୍ୟାପକ ଡ.ରବିନ୍ଦ୍ରନାଥ ପ୍ରଧାନ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ ।

Leave a Reply

Your email address will not be published.

error: Content is protected !!