ବରଗଡ଼ : ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ଅବସରରେ ବରଗଡ଼ରେ ଏକ ନିଆରା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଓଡିଶା ପତିତା ଉଦ୍ଧାର ସମିତି ଏବଂ ବରଗଡ଼ ପୌର ପରିଷଦର ମିଳିତ ଆନୁକୂଲ୍ୟରେ ଦିବ୍ୟାଙ୍ଗମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ତିନି ଜଣ ଦିବ୍ୟାଙ୍ଗ ଶରତ ପ୍ରଧାନ, ବିଶ୍ୱନାଥ ଦାଶ ଏବଂ ରଞ୍ଜିତ ସାହୁ ପ୍ରମୁଖ ଚା , ଫୁଲ ଝାଡୁ , ଫିନାଇଲ ଆଦି ଦୋକାନ କରି ବିକ୍ରୀ ଆରମ୍ଭ କରିଥିଲେ । ଏ ଅବସରରେ ବରଗଡ଼ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ନାରାୟଣ ଡନସେନା, ଆଶ୍ରୟ ସ୍ଥଳୀର ମେନେଜର ଅବିନାଶ ଦାଶ ପ୍ରମୁଖ ଉପସ୍ଥିତ ରହି ଜଣେ ଦିବ୍ୟାଙ୍ଗଙ୍କୁ ଟ୍ରାଇସାଇକେଲ ପ୍ରଦାନ କରିଥିଲେ ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar