ବରଗଡ଼ : ବରଗଡ଼ ଲାୟନ କ୍ଳବ ତରଫରୁ ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘ ସମ୍ମୁଖରେ ‘ବସ୍ତ୍ରମ’ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ଆନ୍ତର୍ଜାତିକ ମାନ୍ୟତାପ୍ରାପ୍ତ ପ୍ରଶିକ୍ଷକ ଜୟ ପ୍ରକାଶ ଶତପଥୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ । ଏ କାର୍ଯ୍ୟକ୍ରମରେ ଦରକାର ଥିଲେ ନିଅନ୍ତୁ ଏବଂ ଦରକାର ନ ଥିଲେ ଦିଅନ୍ତୁ ବୋଲି ଜନସାଧାରଣଙ୍କୁ ବାର୍ତା ଦେବା ସହ ବସ୍ତ୍ର ସଂଗ୍ରହ କରାଯାଇ ଅସହାୟ ଗରିବଙ୍କୁ ସେଗୁଡିକ ବଣ୍ଟନ କରାଯାଇଥିଲା । ଏ ଅବସରରେ ଲାୟନ୍ସ କ୍ଳବର ସଭାନେତ୍ରୀ ଅନିତା ଲାଠ , ସଂପାଦକ ଅଖିଲ ଅଗ୍ରୱାଲ , ଆର୍ଟ ଅଫ ଲିଭିଙ୍ଗର ପଶ୍ଚିମ ଓଡିଶା ଦାୟିତ୍ୱରେ ଥିବା ହିମାଂଶୁ ପଣ୍ଡା, ମଧୁ ଲାଠ , ନବୀନ ଲାଠଙ୍କ ସମେତ ସଦସ୍ୟମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published.

error: Content is protected !!